ବୋଲଗଡ଼,୧୨/୧୨(ପିପିଟି): ମଣିଷନିଜର ସୁଖ ସୁବିଧା ପାଇଁ କୋଠା ଘର ତିଆରିକଲା କିନ୍ତୁ ନିରୀହ ଘରଚଟିଆପକ୍ଷୀ ବାସହରା ହୋଇଗଲା। ଏହି ଘରଚଟିଆପକ୍ଷୀ ପୂର୍ବରୁ ଚାଳଛପର ର ଘର ଓଳି ତଳେ କିଚିରି ମିଚିରିଶବ୍ଦ କରୁଥିବା ଘରଚଟିଆ ନିଜର ବାସ ନ ପାଇବାରୁ ତାରପ୍ରଜାତି ଲୋପ ପାଇବାକୁ ବସିଲେଣି।କିନ୍ତୁ ଏଠି ବଦଳିଛି ସଭ୍ୟତା, ବଦଳିଛି ପରିବେଶ, ପରିବର୍ତ୍ତନର ଏହି ପକ୍ରିୟାରେ ଲୁପ୍ତହେବାକୁ ବସିଛନ୍ତି ଅନେକ ପଶୁପକ୍ଷୀ। ସେଥିମଧ୍ୟରୁ ଆଉ ଦେଖିବାକୁ ମିଳୁନାହାନ୍ତି ଗ୍ରାମୀଣ ସଭ୍ୟତାରେ ପ୍ରାଚୀନ ଘରଚଟିଆ ପକ୍ଷୀ ।ଏଣିକି ଆଉ ଦେଖିବାକୁ ମିଳୁନାହିଁ ଘରଚଟିଆର କିଚିରି ମିଚିରି ସବ୍ଦ। ସମୟଥିଲା ଘରଚଟିଆ ପକ୍ଷୀର କିଚିରି ମଚିରିସବ୍ଦରେ ସକାଳର ପରିବେଶକୁ ଆନନ୍ଦ ଉଲ୍ଲାସ କରିବା ସହିତ ସମସ୍ତଙ୍କର ନିଦଭାଙ୍ଗି ଯାଉଥିଲା। ସହରବଜାର ତ ଦୁରରକଥା ଏବେ କିନ୍ତୁ ଗାଁ ଗହଳିରେ ଘରଚଟିଆ ଦେଖିବା ସାତ ସପନ ହୋଇପଡିଛି। କଂକ୍ରିଟ ର ଘର, ବଡବଡ ଅଟ୍ଟାଳିକା, ଅସୁରକ୍ଷିତ ଜଙ୍ଗଲ ଚାଳଛପର ଘରର ଅଭାବ ଏହିପକ୍ଷୀ ବଂଶର ହ୍ରାସ ହେବା ମୁଖ୍ୟ କାରଣ। ବୋଲି ପରିବେଶବିତ୍ ମାନେ ମତ ଦେଇଥାନ୍ତି। ଏହି ନିରିହ ପକ୍ଷୀ ମାନେ କୋଚିତ କାଁ ଭାଁ କିଛି ସ୍ଥାନରେ ଦେଖି ବାକୁ ମିଳନ୍ତି। ପରିବେଶ ଓ ପରିସ୍ଥିତି ସହ ଖାପ ଖୁଆଇ ନ ପାରି ଜୀବନସହ ବଞ୍ଚିବା ଆରମ୍ଭ କରିଛନ୍ତି। ଯେଉଁ ସ୍ଥାନ ମାନଙ୍କରେ ଏହି ଘରଚଟିଆ ପକ୍ଷୀ ମାନେ ଅଛନ୍ତି ନିଜର ଖାଦ୍ୟ ଗଣ୍ଡାକ ପାଇଁ ଲୋକମାନଙ୍କ ହାତ ଟେକା କୁ ଅପେକ୍ଷା କରି ରହିଥାନ୍ତି। ସାଧାରଣତଃ ଧାନ, ଗହମ, ଡାଲିଯାତିୟ ସଶ୍ୟ, କୀଟ ପତଙ୍ଗ ଇତ୍ଯାଦି ଏହି ପକ୍ଷୀ ମାନଙ୍କର ଖାଦ୍ୟ ଅଟେ। ଗାଁ ଗହଳିରେ ଚାଳଛପର ଘରତଳେ, ଗହଳିଆଗଛ କୋରଡ, ମନ୍ଦିରର ଖୋପ ମାନଙ୍କରେ ବସାତିଆରି କରି ରହିଥାନ୍ତି। ଚାଳଛପରଘର ବହୁତ ପରିମାଣରେ କମି ଜାଇଥିବାରୁ ଓ ଜଙ୍ଗଲ ନଷ୍ଟ ହେଉଥିବାରୁ ଏହି ଘରଚଟିଆ ପକ୍ଷୀମାନଙ୍କର ରହିବା ପାଇଁ ସୁବିଧା ହେଉନାହିଁ। ବର୍ତ୍ତମାନ ଚାଷରେ ପ୍ରଚୁର ସାର ଓ କୀଟନାଶକ ବ୍ୟବହାର କରାଯାଉଛି, ସହର ବଜାର ଗଢିଉଠୁଛି, ମୋବାଇଲ ଟାୱାର, ଓ ବିଦ୍ୟୁତ୍ ଖୁଣ୍ଟ ଏହି କ୍ଷୁଦ୍ର ପକ୍ଷୀ ର ବଂଶ ବିଲୁପ୍ତ ର ଅନ୍ୟତମ କାରଣ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ହୋଇଛି। ଅନେକ ଗୁଡିଏ ରାଜ୍ୟରେ ଏହି ପକ୍ଷୀ କୁ ବହୁଳ ଭାବରେ ମାନ୍ୟତା ଦିଆଯାଇଛି। ଏହି ଘରଚଟିଆ ପକ୍ଷୀର ସୁରକ୍ଷା ଦେବା ପାଇଁ ଆଗକୁ ଆସିଥିବା ଏନ ଏଫ ଏସ ପକ୍ଷରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ପାଳନ କରାଯାଉଛି। ଏହି ଘରଚଟିଆ ବଂଶକୁ ବଞ୍ଚାଇବା ପାଇଁ କୃତ୍ରିମ ଘରର ବ୍ୟବସ୍ଥା ସହିତ ତାଙ୍କ ପାଇଁ ଖାଦ୍ୟ ଯୋଗାଇ ଦେବା ଆବଶ୍ୟକ ବୋଲି ପରିବେଶବିତ୍ ଓ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଏହି ଘରଚଟିଆ ଏବେ ଆଧୁନିକତାକୁ ନେଇ ଲୋପ ପାଇବାକୁ ବସିଲେଣି। ଏହିଚିନ୍ତାରେ ପ୍ରକୃତି ପ୍ରେମୀ, ପରିବେଶ ବିତ୍,ବୁଦ୍ଧିଜୀବୀ। ଏହି ନିରିହ କ୍ଷୁଦ୍ରପକ୍ଷୀର ସୁରକ୍ଷା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ବ୍ୟବସ୍ଥା ଗ୍ରହଣ କରା ଯାଇପାରନ୍ତା ତେବେ ବିଲୁପ୍ତ ହେବା ପୂର୍ବରୁ ଏହି ପକ୍ଷୀ ଗୁଡିକ ସୁରକ୍ଷା ପାଇପାରନ୍ତେ। ତେଣୁ ସୁରକ୍ଷା ଦିଗରେ ସରକାର ସାମାନ୍ୟ ସତର୍କ ହେଲେ ଲୋପ ପାଇବାରୁ ବର୍ତ୍ତିପାରନ୍ତେ ଏହି ଘରଚଟିଆ ବଂଶ ସହିତ ଅନ୍ୟ ପ୍ରଜାତିର ପକ୍ଷୀ ମାନେ।କାରଣ ପ୍ରକୃତି କୋଳରେ ବଞ୍ଚିବା ସେମାନଙ୍କର ମଧ୍ୟ ସମାନ ଅଧିକାର ଅଛି।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ)