ଭଞ୍ଜନଗର,୧୯/୧୨(ପିପିଟି): ଭଞ୍ଜନଗର ବ୍ଲକ ଲାଲସିଙ୍ଗି ପଞ୍ଚାୟତ ଲଣ୍ଡେଇ ସାହିରେ ପରିବେଶକୁ ସ୍ୱଚ୍ଛ ରଖି ସୁସ୍ଥ ସମାଜ ଗଠନ ଉଦ୍ଦେଶ୍ୟରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦୀର୍ଘଦିନ ହେଲା ଅଳିଆ ଆବର୍ଜନା ରେ ପରିପୂର୍ଣ୍ଣ ହୋଇ ରହିଥିବା ଲାଲସିଙ୍ଗି ଓ ଛେଦାଭୂମିକୁ ସଂଯୋଗ କରୁଥିବା ଆଦର୍ଶ ରାସ୍ତାକୁ ପଞ୍ଚାୟତର କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ମିଶି ସଫା କରିଥିଲେ।ଏଠାରୁ ସମସ୍ତ ଅଳିଆକୁ ଟ୍ରାକ୍ଟର ଯୋଗେ ଅନ୍ୟତ୍ର ସ୍ଥାନାନ୍ତରିତ କରିଥିଲେ ।ଫଳରେ ବର୍ତ୍ତମାନ ଉକ୍ତ ଅଞ୍ଚଳଟିରେ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ହୋଇପାରିଛି ।ସବୁବେଳେ ଅଳିଆ ଆବର୍ଜନାକୁ ଏଣେତେଣେ ନପକାଇ ଗୋଟିଏ ସ୍ଥାନରେ ଜମା କରି ରଖିବା ସହ ଦଷ୍ଟବିନ ବ୍ୟବହାର ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା। ଏଣିକି ପ୍ରତ୍ୟେକ ମାସରେ ଗୋଟିଏ ଗୋଟିଏ ସ୍ଥାନରେ ଏଭଳି କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର ହୋଇଛି। ଏଥିରେ ଲାଲସିଙ୍ଗି ସରପଞ୍ଚ ଶିବରାମ ସାହୁ, ସମଜସେବୀ ଅନୁପମ ବାନାର୍ଜୀ, ବିଷ୍ଣୁ ଚରଣ ପ୍ରଧାନ, ଅନୀଲ କୁମାର ରାଉତ, ମନୋଜ ପ୍ରଧାନ,ବାବୁ ନାୟକ, ଟଭି ପ୍ରଧାନ, ପ୍ରଜିତ କୁମାର ବାରିକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Prev Post