ଭଞ୍ଜନଗର,୧୯/୧୦(ପିପିଟି): ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ ମୁଖ୍ୟ ରାସ୍ତାରେ ଲଷ୍ମୀ ବଜାର ପୂଜା କମିଟି ତରଫରୁ ଚଳିତ ବର୍ଷ ଆୟୋଜିତ ଗଜଲଷ୍ମୀ ପୂଜା ବେଶ ଜାକଯମକ ସହକାରେ ପାଳନ କରାଯାଉଛି। ଏହି ଅବସରରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ମଙ୍ଗଳବାର ସନ୍ଧ୍ୟାରେ ଅଗ୍ରଣୀ ନୃତ୍ୟାନୁଷ୍ଠାନ ଭଞ୍ଜନଗର ୟୁନିକ ଡ୍ୟାନ୍ସ ଏକାଡେମୀ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କୁନି କୁନି ନୃତ୍ୟଶିଳ୍ପୀଙ୍କ ଠାରୁ ଯୁବ ବର୍ଗର କଳାକାରଙ୍କ ବିଭିନ୍ନ ନୃତ୍ୟକୁ ଉପସ୍ଥିତ ଦର୍ଶକ ବେଶ ମନଭରି ଉପଭୋଗ କରିଥିଲେ। ଏଥିରେ ଅନୁଷ୍ଠାନର ମୁଖ୍ୟ ଜୟକୃଷ୍ଣ ପଟ୍ଟନାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନିର୍ଦ୍ଦେଶକ ମାଷ୍ଟର ପିଣ୍ଟୁ,ଦିଲିପ, ପ୍ରମୋଦ,ଯୋଗେନ୍ଦ୍ର, ରୋହିତ, ବିକାଶ,ସଞ୍ଜୟ,ନାଲୁ, ଲିପୁନ,ପ୍ରସାଦ,କାହ୍ନା,ପ୍ରିୟା, ହରପ୍ରିୟା, ଖୁସି,ଲାଡ଼ଲି,ସାନଭି, ପ୍ରିୟା°ଶି,ରିଆନ, ତଣୁସ, ଆନିସଙ୍କ ସମେତ ଅନ୍ୟମାନଙ୍କ ନୃତ୍ୟ ଦର୍ଶକଙ୍କୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା।ସନ୍ତୋଷ କୁମାର ପଣ୍ଡା, ଅରକ୍ଷିତ ପରିଛା ଓ ପୂଜା କମିଟିର ପ୍ରାୟ ୧୨୦ଜଣ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )