କୋଦଳା,୧୩/୦୧(ପିପିଟି):ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଅଠର ତମ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ଜାନୁଆରୀ ୮ ତାରିଖରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ମହାବିଦ୍ୟାଳୟର ଅଧ୍ଯକ୍ଷ ରଘୁନାଥ ମୁଦୁଲି ଅନୁଷ୍ଠାନିକ ଭାବରେ ଉଦଘାଟନ କରି ପ୍ରଥମ ଦିନର କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ ପ୍ରଥମ ଦିନ ପ୍ରାରମ୍ଭରେ ସାଇକେଲ ଶୋଭାଯାତ୍ରା କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇ ମହାବିଦ୍ୟାଳୟର ପରିସରରୁ ବାହାରି କୋଦଳାର ବିଭିନ୍ନ ସ୍ଥାନ ପରିଭ୍ରମଣ କରିଥିଲେ ସେମାନେ ନିଜ ନିଜ ହାତରେ ପ୍ଲାକାଡ ଧରି ପ୍ରବାସୀ ଭାରତୀୟ ଦିବସ ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ ପରେ ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକ ନିବନ୍ଧ ଲିଖନ ଅନୁଷ୍ଠିତ ହୋଇଛି କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ପୋଷ୍ଟର ପ୍ରେଜେଣ୍ଟେସନ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା କାର୍ଯ୍ୟକ୍ରମର ଅନ୍ତିମ ଦିନରେ ଲଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷ ଡ଼ଃ ଦତ୍ତରାମ ବିଶୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରବାସୀ ଭାରତୀୟ ଦିବସର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥାପନା କରିଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲି ସଭାପତିତ୍ୱ ଭାବେ ସ୍ଥାନ ଅଳଙ୍କୃତ କରି ପ୍ରବାସୀ ଭାରତୀୟ ମାନଙ୍କ ଭାରତକୁ ଅବଦାନ ସମ୍ପର୍କେ ଆଲୋକପାତ କରିଥିଲେ ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ସାନମାନୀୟ ଅତିଥି ଭାବରେ ଇତିହାସ ବିଭାଗୀୟ ମୁଖ୍ୟ ବିନୋଦ କୁମାର ମିଶ୍ର, ଓଡ଼ିଆ ବିଭାଗୀୟ ମୁଖ୍ୟ ରଞ୍ଜୁବାଳା ନନ୍ଦ, ଇଂରାଜୀ ଅଧ୍ୟାପକ ପ୍ରଶାନ୍ତ କୁମାର ମହାପାତ୍ର ଆଦି ଯୋଗ ଦେଇ ପ୍ରବାସୀ ଭାରତୀୟ ମାନଙ୍କ ଅତୁଳନୀୟ ଅବଦାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ସପନ କୁମାର ଦାଶ ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନା କରି ଛାତ୍ରଛାତ୍ରୀ ମାନଙ୍କ ଯୋଗଦାନକୁ ଭୁୟସୀ ପ୍ରଶଂସା କରିଥିଲେ ଆଜିର କାର୍ଯ୍ୟକ୍ରମକୁ ସୁଶ୍ରୀ ପ୍ରିୟଦର୍ଶିନୀ ସାହୁ ସଂଯୋଜନା କରି ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକ୍ରମ ପରିଶେଷରେ ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ଦିଆ ଯାଇଥିଲା ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ।)