ଲଗାତାର ଚକ୍ଷୁ ଚିକିତ୍ସା ଶିବିର କରି ସମ୍ବର୍ଦ୍ଧିତ ହେଲେ ଯୁବ ସମାଜସେବୀ ।

0 254

କୋଦଳା,୧୨/୧୧(ପିପିଟି): ଚାରିମାସ ମଧ୍ୟରେ ଲଗାତାର ଚାରିଥର ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ କରି ଚର୍ଚ୍ଚାରେ ଥିବା ବେଗୁନିଆପଡା ବ୍ଲକ କାଳିମେଘି ପଞ୍ଚାୟତର ଯୁବ ସମାଜ ସେବି ବିଶ୍ଵାମିତ୍ର ତ୍ରିପାଠୀ, ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀ, ସମିତି ସଭ୍ୟା ନୟନୀ ଗୌଡ଼ ପଞ୍ଚାୟତ ପ୍ରତିନିଧି ଓ ତାଙ୍କ ଟିମକୁ ଆଜି ମକରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ପ୍ରକାଶ ଥାଉ କି ସରପଞ୍ଚଙ୍କ ପଞ୍ଚାୟତ ବାସୀଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ମୁତାବକ ସମସ୍ତ ଚକ୍ଷୁ ରୋଗୀଙ୍କୁ ମାଗଣା ଉତ୍ତମ ଚିକିତ୍ସା ଯୋଗାଇ ଦେବା ଉଦ୍ଦେଶ୍ୟ ରେ ଏପ୍ରିଲ ମାସରେ ପ୍ରଥମ ଥର ପାଇଁ କାଳିମେଘି ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସହଯୋଗରେ ଏକ ମେଗା ଚକ୍ଷ୍ୟୁ ଚିକିତ୍ସା ଶିବିର ଆୟୋଜିତ ହୋଇଥିଲା,ଏହି କାର୍ଯ୍ୟକ୍ରମରେ ବିଧାୟିକା ଲତିକା ପ୍ରଧାନ, ସାଂସଦ ପ୍ରମିଳା ବିଶୋଇ, ଜୀବନବିନ୍ଦୁ ସଂଯୋଜକ ସୁବାଷ ମହାରଣା ପ୍ରମୁଖ ଯୋଗଦେଇ ରୋଗୀଙ୍କୁ ଉତ୍ସାହିତ କରିବା ସହିତ ଆୟୋଜକଙ୍କୁ ପ୍ରସଂଶା କରିଥିଲେ । ସେହିପରି ଦ୍ଵିତୀୟ ଥର ମଇ, ତୃତୀୟ ଜୁଲାଇ ଏବଂ ଶେଷ ଅଗଷ୍ଟ ମାସରେ ଆୟୋଜନ କରି ପଞ୍ଚାୟତ ବାସୀଙ୍କ ପ୍ରିୟ ଭାଜନ ହୋଇଥିଲେ ଏହି ଟିମ । ଆଜିର ଏହି ସମ୍ବର୍ଦ୍ଧନା ପାଇବା ପରେ ଆୟୋଜକ ଟିମ ସହିତ ସେମାନଙ୍କୁ ସମ୍ପୂର୍ଣ ସହଯୋଗ କରିଥିବା ବିଜୁ ଜନତା ଦଳର କର୍ମକର୍ତ୍ତା ନିଜକୁ ସୌଭାଗ୍ୟ ମନେକରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.