ବୋଲଗଡ଼,୧୪/୦୯(ପିପିଟି):ଗତ ଶନିବାର ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବେଗୁନିଆ ବ୍ଲକ ଅଂଚଳରେ ସାଧାରଣ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡୁଛି । ଲୋକମାନେ ଘରୁ ବାହାରକୁ ବାହାରି ପାରୁନଥିବା ବେଳେ ଦୈନନ୍ଦିନ କାର୍ଯ୍ୟ କ୍ଷେତ୍ରରେ ବହୁ ଅସୁବିଧା ଦେଖାଦେଇଛି । ଲଗାଣ ବର୍ଷା ଲାଗିରହିଥିବା ଯୋଗୁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଲଗାଣ ବର୍ଷାରେ ବହୁ ପରିବାର ବେସାହାରା ହୋଇଯାଉଛନ୍ତି । ଏହି ଲଗାଣ ବର୍ଷାରେ ବେଗୁନିଆବ୍ଳକ ଅଞ୍ଚଳର ଗଡ଼ମାଣତୀର ଗ୍ରାମ ପଞ୍ଚାୟତର ଉପରଗଡ଼ ତଳସାହିରେ ବାସ କରୁଥିବା ଅରୁଣ କୁମାର ସୁନ୍ଦରାୟଙ୍କର ୨ ବଖରା ଚାଳଘର ଏବଂ ତଅପୋଇ ସୁନ୍ଦରାୟ , ସ୍ୱାମୀ ସ୍ୱର୍ଗତ ଇନ୍ଦ୍ରମଣି ସୁନ୍ଦରାୟଙ୍କର ୨ ବଖରା ଚାଳଘର ଭାଙ୍ଗି ଯାଇଥିବାରୁ ସେମାନେ ଏହି ବର୍ଷାରେ ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି । ବେଗୁନିଆ ତହସିଲଦାରଙ୍କ ନିର୍ଦେଶରେ ଆର୍ ଆଇ ବିଜୟ କୁମାର ମାର୍ଥା ଏବଂ ସୁପରଭାଇଜର କୃଷ୍ଣଚନ୍ଦ୍ର ମହାପାତ୍ର
ଗଡ଼ମାଣତୀର ଗ୍ରାମରେ ପହଞ୍ଚି ତଦନ୍ତ କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ।)