ହିଞ୍ଜିଳିକାଟୁ,୨୬/୧୨(ପିପିଟି)ହିଞ୍ଜିଳି ରିଷିକୁଲ୍ୟା ରୟତ ମହାସଭା ଗଞ୍ଜାମ ତରଫରୁ ଶ୍ରୀ ଲକ୍ଷ୍ମୀ ଚରଣ ନାହାକଙ୍କ ନିଵେଦନ କ୍ରମେ ଶିଖରପୁରୁ ଗୋପାଳେଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଏକ କୃଷକ ସଭାର ଆୟୋଜନ ହୋଇଯାଇଛି ।ଏହି ସଭାକୁ ରିଷିକୁଲ୍ଯା ରୟତ ମହାସଭାର କୃଷକ ମାନେ ଯୋଗ ଦେଇଥିଲେ । ଉକ୍ତ ସଭାରେ କେନ୍ଦ୍ର ସରକାରଙ୍କ କୃଷି ବିଲ୍ ପ୍ରତିହାର ଏବଂ ରାଜ୍ୟ ସରକାରଙ୍କ ଧାନ ମଣ୍ଡି ଉପରେ ଚାଷୀଙ୍କୁ ସଚେତନତା ନେଇ ଆଲୋଚନା ହୋଇଥିଲା । କେନ୍ଦ୍ର ସରକାର କେନ୍ଦ୍ର ରେ ଆଣିଥିବା କୃଷି ବିଲ୍ କୃଷି ମାରଣ ନୀତି ହେତୁ ଏବଂ ଚାଷୀଙ୍କୁ ଅସୁବିଧା ରେ ପକାଉଥିବା ଯୋଗୁଁ, ତୁରନ୍ତ ପ୍ରତ୍ୟାହାର ପାଇଁ ଆଲୋଚନା ରେ ଦାବି ହୋଇଥିଲା । ରାଜ୍ୟ ସରକାର ଧାନ ସଂଗ୍ରହ ପାଇଁ ଯେଉଁ ନୀତି ଅବଲମ୍ବନ କରୁଛନ୍ତି ଧାନ ମଣ୍ଡି ରେ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ଓ ଆସାଧୁ ମିଲମାଲିକଙ୍କ ମିଳିତ ଠକେଇ ହେତୁ ଧାନବିକ୍ରୀ ବେଳେ ୫ ରୁ ୭ କେଜି ଅଧିକ ନେଇ ଚାଷୀଙ୍କୁ ଠକୁଥିବାର ସଭାରେ ଅଭିଯୋଗ ହୋଇଥିଲା । ଏଣୁ ଚାଷୀଙ୍କୁ ସଚେତନତା ସହ ବିଭିନ୍ନ ପ୍ରକାର ଦାବି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଉକ୍ତ ସଭାରେ ସୀମାଞ୍ଚଳ ନାହାକ ଆବାହନ କରିଥିବା ବେଳେ ରାଜ୍ୟ କଂଗ୍ରେସ କୃଷକ ସମ୍ପାଦକ ପଦ୍ମଚରଣ ସାହୁ ,ଜିଲ୍ଲା ସଂପାଦକ ରାମନାରାୟଣ ବିଶ୍ୱାସରାୟ ,ବୃନ୍ଦାବନ ଖଟେଇ, ବିଚିତ୍ରାନନ୍ଦ ବେବର୍ତ୍ତା ,ଲକ୍ଷ୍ମୀ ଚରଣ ନାହାକ ଓ ଚାଷୀ ବିଜୟ ନାୟକଙ୍କ ସହ ଭାବନ୍ଧ, ଗଣ୍ଡଳା, ସାହାପୁର ଓ ଧୋବାଡି ଚାଷୀ ଏବଂ ସୋସାଇଟି ସଂପାଦକ ମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ-ସାନ୍ତନୁ କୁମାର ବେହେରା ।)
Prev Post