ରାୟଗଡା ବିଜେପି ନଗରମଣ୍ଡଳର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ।

0 270

ରାୟଗଡା,୨୧/୦୭(ପିପିଟି); ରାୟଗଡା ଜିଲ୍ଲା ସଦର ମହକୁମାସ୍ଥିତ ଭେଙ୍କଟେଶ୍ବର କଲ୍ୟାଣ ମଣ୍ଡପଠାରେ ବିଜେପି ନଗର ମଣ୍ଡଳର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ନଗର ସଭାପତି ଶ୍ୟାମ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଭାରତମାତା, ଶ୍ୟାମାପ୍ରସାଦ ମୁଖାର୍ଜୀ,ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ନଗର ସାଧାରଣ ସମ୍ପାଦକ ପ୍ରଶାନ୍ତ ପଟ୍ଟନାୟକ ନଗର ମଣ୍ଡଳର ଚିଠା ପ୍ରସ୍ତାବ ଆଗତ କରିଥିଲେ । ଜଳ ଯୋଗାଣ, ସଫେଇ ବ୍ୟବସ୍ଥା, ମହିଳା ଥାନା, ବେରୋଜଗାରୀ, ସ୍ୱାସ୍ଥ୍ୟ,ପବ୍ଲିକ ଟଏଲେଟ,ବସ୍ତି ବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ,ଜରୁରୀକାଳୀନ ଯୋଗାଯୋଗ, ହାତୀପଥର ନିକଟରେ ନଦୀର ପୁନରୁଦ୍ଧାର, ସାଇପ୍ରିୟା ନଗରକୁ ପୌର ପରିଷଦରେ ଅନ୍ତର୍ଭୁକ୍ତ କରିବା ଓ ପୌର ପରିଷଦର ମାର୍କେଟକମ୍ପ୍ଲେକ୍ସ,ସପିଂ କମ୍ପ୍ଲେକ୍ସ ଦୁର୍ନୀତି ଭଳି ପ୍ରମୁଖ ସମସ୍ୟା ଗୁଡିକ ପ୍ରତି ପୌର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାପାଇଁ ନିଷ୍ପତ୍ତି ନିଆଗଲା ।ଏହି ବୈଠକରେ ରାୟଗଡା ବିଧାୟକ ପ୍ରାର୍ଥୀ ଏବଂ ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ବସନ୍ତ କୁମାର ଉଲ୍ଲାକା,ରାଷ୍ଟ୍ରୀୟ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କାଳିରାମ ମାଝୀ,ଜିଲ୍ଲାପ୍ରଭାରୀ ୟେମଲା ଗଣପତି,ଜିଲ୍ଲା ସମ୍ପାଦିକା ସୁଶୀଳା ସରାଫ,ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୀଷଣ ପାଣି ଏବଂ ଜିଲ୍ଲା ସମ୍ପାଦକ ପଦ୍ମନାଭ ଦାଶ ଅତିଥି ଭାବେ ଯୋଗଦେଇ ଭାରତୀୟ ଜନତା ପାର୍ଟିର ନୀତି, ଆଦର୍ଶ ଓ କାର୍ଯ୍ୟପନ୍ଥାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇ ଆସ୍ଥାଭାଜନ ହେବା ତଥା ଦଳୀୟ ସଂଗଠନକୁ ସୁଦୃଢ଼ କରି କାର୍ଯ୍ୟକରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲା ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ତଥା ଟିକିରି ମଣ୍ଡଳ ପ୍ରଭାରୀ ବିଦ୍ୟା ଭୂଷଣ ପଣ୍ଡା, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଟି.ନାଗରାଜୂ,ଜିଲ୍ଲା ଉପସଭାପତି ଅର୍ଚନା ବର୍ମା,ବରିଷ୍ଠ କାର୍ଯ୍ୟକର୍ତ୍ତା ଅଶ୍ୱିନୀ ନାୟକ ଏବଂ ପୂର୍ବତନ ନଗର ସଭାପତି ରାମାରାଓ ନଗର ମହିଳା ମୋର୍ଚ୍ଚା ସଭାପତି ବି.ଲଷ୍ମୀ, ଯୁବମୋର୍ଚ୍ଚା ସଭାପତି ରାଜେଶ ପାଣିଗ୍ରାହୀ,ଜନଜାତି ମୋର୍ଚ୍ଚା ସଭାପତି ସନ୍ତୋଷ ହିକକା, ଅନୁସୂଚିତ ଜାତି ମୋର୍ଚ୍ଚାର ଜିତେନ୍ଦ୍ର ନାୟକ, ଓବିସି ମୋର୍ଚ୍ଚା ସଭାପତି ପାଟନନା କ୍ରିଷ୍ଣା, ସଂଖ୍ୟାଲଘୁମୋର୍ଚ୍ଚାର ଆଶିଷ ସିହ୍ନା,କୃଷକ ମୋର୍ଚ୍ଚା ଉପସଭାପତି ମଞ୍ଜୁଳା ମିନିଆକା,ଝରଣା ମହାନ୍ତି, ସକୀନାକା ଜଗଦୀଶ, ପୋଲିରାଜୂ, ଶଙ୍କର ରେଡ୍ଡୀ,ରଞ୍ଜିତ ବିଷୋୟୀ, ସମ୍ପାଦକ ଜଗଦୀଶ ସୁନାରି, ସୁଶାନ୍ତ ମିଶ୍ର, ସ୍ୱପ୍ନା, ଟି.ଶିଵା, ଭାସ୍କର,କୋଷାଧକ୍ଷ ଏମ ବିଦ୍ୟା ସାଗର ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ନଗର ସାଧାରଣ ସମ୍ପାଦକ ଅଜୟ କୁମାର ଚୂଲେଟ ପରିଚାଳନା କରିଥିଲେ।
(ରିପୋର୍ଟ- ନବୀନ ନାୟକ ବେହେରା। )

Leave A Reply

Your email address will not be published.