ରାସନ କାର୍ଡ ଦୁର୍ନୀତି ନେଇ ହାଇକୋର୍ଟ ନିର୍ଦ୍ଦେଶକୁ ଅନୁପାଳନ ନକରିବା ପ୍ରତିବାଦରେ ବିଜେପିର ଧାରଣା ।

0 258

ଯାଜପୁର,୨୩/୦୯(ପିପିଟି) ; ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ହୋଇଥିବା ରାସନ ଦୁର୍ନୀତିର ହାଇକୋର୍ଟ ନିର୍ଦ୍ଦେଶକୁ ଅନୁପାଳନ ନକରିବା ପ୍ରତିବାଦରେ ବିଜେପିର ଧାରଣା । ଜିଲ୍ଲା ସାଧାରଣ ସଂପାଦକ ସର୍ବେଶ୍ୱର ବେହୁରାଙ୍କ ନେତୃତ୍ୱରେ ଆଜି ବ୍ଲକ ସମ୍ମୁଖରେ ଧାରଣା ଦେଇଛନ୍ତି ଦଳୀୟ କର୍ମୀ ଓ ରାସନ ପାଇବାରୁ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀ ।ଏଥିସହ ରାସନ ତାଲିକାରୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା, ଯୋଗ୍ୟ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ଯୋଗାଇଦେବା, ଏକାଧିକ କାର୍ଡଧାରୀ ଡିଲର ପରିବାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା, ଧର୍ମଶାଳା ବ୍ଲକ ଯୋଗାଣ ଅଧିକାରୀ ଜଗମୋହନ ଦାସଙ୍କୁ ବହିଷ୍କାର ସହ ଗିରଫ କରିବା ଆଦି ୫ଦଫା ଦାବି ନେଇ ଆନ୍ଦୋଳନକାରୀମାନେ ଧାରଣା ଦେଇଛନ୍ତି ।

Leave A Reply

Your email address will not be published.