ବ୍ରହ୍ମପୁର,୨୩/୧୦(ପିପିଟି): ଗୋଟାଏ ପଟେ ସରକାର କହିଲେଯେ ଠିକା ସଂସ୍ଥାର ଯୁଗ ଶେଷ,କିନ୍ତୁ ଅନ୍ୟପଟେ ବର୍ତ୍ତମାନ ମଧ୍ୟ ଅନେକ ଆଉଟସୋର୍ସ କର୍ମଚାରୀ,ଅସ୍ଥାୟୀ କର୍ମଚାରୀଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ଦେଖାଦେଇଛି । କାରଣ RBSK ବା ରାଷ୍ଟ୍ରୀୟ ବାଲ କାର୍ଯ୍ୟକ୍ରମ ଜରିଆରେ ବର୍ଷ ବର୍ଷ ଧରି ରାଜ୍ୟରେ ଲୋକ ମାନଙ୍କ ସେବାରେ ୧୨୦୦ରୁ ଉର୍ଦ୍ଧ୍ବ କର୍ମଚାରୀ କାମ କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗରେ ଫର୍ମାସିଷ୍ଟ, ANM ଙ୍କ ସହ ନର୍ସିଂ ଅଫିସର ଅନ୍ତର୍ଭୁକ୍ତ ଅଛନ୍ତି । କିନ୍ତୁ ସରକାର ଏଭଳି ଠିକା କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ବେଳେ RBSK କର୍ମଚାରୀଙ୍କୁ କାହିଁକି ଅଣଦେଖା କଲେ ଏହାକୁ ନେଇ ବଡ଼ ପ୍ରଶ୍ନ ଉଠାଇଛନ୍ତି କର୍ମଚାରୀ ମାନେ । ଦିନରାତି ସ୍ୱାସ୍ଥ୍ୟ ବିଭାଗରେ କାମ କରିବା ହେଉ ଅବା କୋଭିଡ ବେଳେ ଘର ଘର ବୁଲି ଚିକିତ୍ସା ଯୋଗାଇବା କଥା ହେଉ ସବୁଥିରେ ଗାଁ ଠୁ ସହର ଯାଏଁ ନିଜ ଜୀବନକୁ ବାଜି ଲଗାଇ RBSK କର୍ମଚାରୀ ମାନେ କାମ କରିଛନ୍ତି । କିନ୍ତୁ ସରକାରଙ୍କ ସ୍ଥାୟୀ ନିଯୁକ୍ତି ଅଣଦେଖାକୁ ନେଇ ଗତକାଲି ଭୁବନେଶ୍ୱର ମିଳିତ ମଞ୍ଚ ର ବୈଠକ ହେଲା ପରେ ଆଜି ବ୍ରହ୍ମପୁରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି RBSK କର୍ମଚାରୀ । ଆଗକୁ ସରକାର ଗୁରୁତର ସହ ନେଇ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ କରନ୍ତୁ ବୋଲି ଦାବି କରିଛନ୍ତି RBSK କର୍ମଚାରୀ । ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )