ଦିଗପହଣ୍ଡି,୦୫/୦୧(ପିପିଟି): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଭୀଷ୍ମଗିରି ପଞ୍ଚାୟତ ରାମଜୀ ମହାବିଦ୍ୟାଳୟ ତରଫରୁ ଗୁରୁବାର ହକି ବିଶ୍ବକପ଼୍କୁ ଦୃଷ୍ଟିରେ ରଖି ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା । ଏଥିରେ ଡିଗ୍ରୀ କଲେଜର ଅଧ୍ୟକ୍ଷ ରଘୁନାଥ ନାୟକ ପତାକା ପ୍ରଦର୍ଶନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଓ ହକି ବିଶ୍ବକପ ର ବ୍ଯାନର ଧରି ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ । ଏଥିରେ କଲେଜର କ୍ରୀଡା ଶିକ୍ଷକ ଅକ୍ଷୟ କୁମାର ଉଦ୍ଗାତା,କାର୍ଯ୍ୟକ୍ରମ ସଂଯୋଜିକା ସୁଶ୍ରୀ ଇତିପ୍ରଭା, ଏନ୍.ଏସ୍.ଏସ୍ କର୍ମକର୍ତ୍ତା ନିହାର ରଂଜନ କର, ଭାରତୀୟ ସ୍କାଉଟ ଏବଂ ଗାଇଡ୍ ର କର୍ମକର୍ତ୍ତା ପ୍ରିୟଦର୍ଶିନୀ ପ୍ରଧାନ ଓ ପ୍ରଶାନ୍ତ କୁମାର ପଣ୍ଡାଙ୍କ ସମେତ କଲେଜର ଅନ୍ଯାନ୍ଯ କର୍ମ ଚାରୀ ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )
Next Post