ରାଜ୍ୟ ସରକାରଙ୍କର ଜବରଦଖଲ ନିର୍ଦ୍ଦେଶକୁ ବୋଲଗଡ଼ ତହସିଲଦାର କାର୍ଯ୍ୟକାରୀ କଲେ।

0 139

ବୋଲଗଡ଼,୧୬/୦୭(ପିପିଟି): ରାଜ୍ୟ ସରକାର ନୂତନ ଭାବେ ଦାୟିତ୍ଵ ନେବା ପରେ ସରକାରୀ ଜମି ଦଖଲ କରି ପ୍ରଥମେ ଚିନ୍ତା ପ୍ରକଟ କରି କର୍ଯ୍ୟ ଅନୁଷ୍ଠାନ ମୁଡ ରେ ଅଛନ୍ତି ।ଏହି ପରିପ୍ରେକ୍ଷୀରେ ବୋଲଗଡ଼ ତହସିଲ ଦାର ନିବେଦିତା ପରିଡା ରାଜ୍ୟ ସରକାର ନିର୍ଦ୍ଦେଶ ପାଇ ମୌଜା ଠନାପଲ୍ଲୀ ଜବରଦଖଲ ଉଚ୍ଛେଦ କାର୍ଯ୍ଯ ଆରମ୍ଭ କରିଛନ୍ତି। ମୌଜା ଠନାପଲ୍ଲୀ ଖାତା ନଂ_୬୬୫ ପ୍ଲଟ ନଂ_୩୪୫ ଏରିଆ ୧୦୦୦ଡିସିମିଲି ଓ କୁ ଦୁଇଜଣ ଜବରଦଖଲ କାରୀ ଙ୍କ ର ସ୍ଥାୟୀଗୃହକୁ ଉଚ୍ଛେଦ କରିଛନ୍ତି। ଏହି ଉଚ୍ଛେଦ କୁ କାର୍ଯ୍ଯ କାରୀ କରିବା ପାଇଁ ଆଗରୁ ଗ୍ରାମବାସୀ ଅଡି ବସିଥିଲେ ମଧ୍ୟ ତାହା କାର୍ଯ୍ଯକାରୀ ହୋଇପାରିନଥିଲା ମାତ୍ର ରାଜ୍ୟ ସରକାର ଙ୍କ ର ନିର୍ଦ୍ଦେଶ ପରେ ଜିଲ୍ଲାପାଳଙ୍କର ଆଦେଶ ପାଇ ବୋଲଗଡ଼ ତହସିଲ ଦାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ଉଚ୍ଛେଦ ସମୟରେ ତହସିଲଦାର ନିଜେ ବୋଲଗଡ଼ ଫାୟାର ଅଫିସର, ଧଳାପଥର ଫାଣ୍ଡି ଅଧିକାରୀ, କଳାପଥର ବିଦୁତ୍ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ, କଳାପଥର ବଜାର ର ପ୍ରମୁଖ ଅଂଶ ଧଳାପଥର ଆର. ଆ. ଇ ଅଧୀନରେ ଯାଉଥିଲା ବେଳେ ମୌଜା ଧଳାପଥର ଗୋପୀନାଥପୁର ଅଞ୍ଚଳ ରେ ଶହ ଶହ ଜବରଦଖଲ ହେଇଅଛି। ସରକାରଙ୍କର ନିଷ୍କ୍ରିୟ ତାର ସୁଯୋଗ ନେଇ କନିଆରି ବାଡି ପୋତି ଜଗିଥିବା ଜାଗାକୁ ହାତକୁ ଦଶ ହଜାରରୁ କୋଡ଼ି ହଜାର ଟଙ୍କାର ବିକ୍ରି କରିଛନ୍ତି। ନିଜର ଭିଟାମାଟି ଛାଡି କଳାପଥର ଧଳାପଥର କୁ ନିଜର ସ୍ଥାୟୀ ଭାବେ ବାସସ୍ଥାନ ପାଇଁ କରିଥିବା ବ୍ୟକ୍ତିମାନେ ଜାଗାକିଣି ବଡ଼ ବଡ଼ ଅଟ୍ଟାଳିକା କରିଛନ୍ତି। ସରକାରଙ୍କ ଠାରୁ ଲିଜ ସୂତ୍ରରେ ବାସସ୍ଥାନ ପାଇଁ ନେଇଥିବା ଜାଗାକୁ ବ୍ୟବସାୟୀ କେନ୍ଦ୍ର ପ୍ରତିଷ୍ଠା କରି ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଧଳାପଥର ଓ ଗୋପୀନାଥପୁର ମୌଜା ର ସମସ୍ତ ସରକାରୀ ଯାଗା କିସମ ଓ ଗୋଚର କୁ ଅସାମାଜିକ ବେକ୍ତିମାନେ ବିକ୍ରୟ କରି ଫେରାର ହୋଇଥିବାବେଳେ ନିରୀହ ଲୋକମାନେ ଜାଗା କିଣି ସ୍ଥାୟୀ ବସତି ସ୍ଥାପନା କରିଛନ୍ତି। ଯେଁଉ ଥୀରେ ସେମାନେ ସରକାରୀ ସାହାଯ୍ୟ ପାଇବା ସହିତ ଅଙ୍ଗୱାଡ଼ି ଘର, ରାସ୍ତାର ବିଦ୍ୟୁତ୍ ସଂଯୋଗ ପାଇଛନ୍ତି। ଜବରଦଖଲ ଉଚ୍ଛେଦ ର ପ୍ରକ୍ରିୟା ବର୍ଷ ବର୍ଷ ଧରି ବିଳମ୍ବ ହୋଇଯିବାରୁ ଜବରଦଖଲକାରୀ ମାନେ ସ୍ଥାୟୀ ଭାବେ ପ୍ରକୃତ ସମ୍ପ୍ରତି ରେ ସ୍ଥାୟୀ ବସତି ସ୍ଥାପନ କରିଛନ୍ତି। ଗତ ସେଟଟଲମେଣ୍ଟ ସମୟରେ କିଛି ପ୍ରଭାବଶାଳୀ ବ୍ୟକ୍ତି ରାସ୍ତାକଡ଼ରେ ସରକାରୀ ଜମିକୁ ନିଜର କରାଇ ସେହିପରି ପରିମାଣ ର ଜମିକୁ ଗହରି ମଧ୍ୟ୍ୟରେ ଦେଇ ଆଜି କୋଟି କୋଟି ଟଙ୍କାର ଭୁ_ସଂପତ୍ତି ର ମାଲିକ ହୋଇବସିଛନ୍ତି। ପୂର୍ବବର୍ତୀ ସେଟଲ ମେଣ୍ଟ ସରକାରି ଜମି ରେକଡ୍ କୁ ନେଇ ଯଦି ତଦନ୍ତ କରାଯାଏ, ତାହାଲେ ବହୁ ପ୍ରଭାବଶାଳୀ ଲୋକଙ୍କର ମୁଖା ଖୋଲିଯିବାର ସମ୍ଭାବନା ଅଛି। ଜମିବାଡ଼ି ଶୂନ୍ୟ ପରିବାର ଟିଏ ବାସସ୍ଥାନ ପାଇଁ ସରକାର ଙ୍କର ଧାଜ୍ୟ ଜମିଟିଏ ପାଉନଥିବା ବେଳେ ବହୁମୂଲ୍ୟବାନ ସମ୍ପତି କୁ ନିଜ ନାମରେ କରାଇନେଇ ସରକାରଙ୍କର ରାଜସ୍ୱ ବିଭାଗ କୁ ଚକମା ଦେଖାଉଛନ୍ତି।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.