ରାଜପୁର ଆର୍ଦଶ ବିଦ୍ୟାଳୟରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ।

0 77

କୋଦଳା,୦୬/୦୨(ପିପିଟି):ବୁଧବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ରାଜପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଭି ଏମ୍ ଡି ସି ବୈଠକ ଚେୟାରମେନ୍ ରମେଶ ହାସଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ମିଲନ କୁମାର ପୁରୋହିତ,ଗୋଷ୍ଠୀ ଶିକ୍ଷାଧିକାରୀ ରୁଦ୍ର ନାରାୟଣ ସାହୁ,ପୂର୍ତ୍ତ ବିଭାଗ ଯନ୍ତ୍ରୀ ସତ୍ୟନାରାୟଣ ବିଷୋୟୀ, ଶିକ୍ଷାବିତ୍ ମହେଶ୍ବର ବରାଡ, ସୁନୀଳ ଭୁୟାଁ, ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏ.ସିମାଞ୍ଚଳ ପାତ୍ର,ସୁଚିତ୍ରା ମହାନ୍ତି, ଆର୍.ରଘୁନାଥ ରାଓ, ସୋନାଲି ବଳିଆର ସିଂ,ରଞ୍ଜିତ କୁମାର ବେହେରା,ସନ୍ତୋଷ କୁମାର ସାହୁ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ବିଦ୍ୟାଳୟର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କିଭଳି ଭାବରେ ତ୍ଵରାନିତ ହୋଇପାରିବ ସେ ନେଇ ଆଲୋଚନା ହେବା ସହ ଛାତ୍ର ଛାତ୍ରୀ ମାନଙ୍କୁ କିଭଳି ସରସ ସୁନ୍ଦର ଭାବରେ ଶିକ୍ଷାଦାନ ଦେବା ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.