ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ପ୍ରତିଷ୍ଠାନରେ ଚଢ଼ାଉ ।

0 392

ଭଞ୍ଜନଗର,୧୦/୦୧(ପିପିଟି):ଭଂଜନଗର ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ବିଭାଗ ଓ ବୈଧ ମାପ ବିଜ୍ଞାନ ବିଭାଗ ଦ୍ଵାରା ଭଞ୍ଜନଗର ସହରରେ ଥିବା ଅନେକ ପେଟ୍ରୋଲ ପମ୍ପ ଓ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇଛି।ଏସମ୍ପର୍କରେ ଗତ କିଛି ଦିନ ତଳେ ଘୁମୁସର ସଂଘର୍ଷ ସମିତି ପକ୍ଷରୁ ଭଞ୍ଜନଗର ସହରରେ ଓଜନ ଓ ମାପରେ ଠକେଇ ହେଉଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଆଜି ବିଭିନ୍ନ ପ୍ରତିଷ୍ଠାନ ଉପରେ ଚଢ଼ାଉ କରାଯାଇ ୬ଟି ପ୍ରତିଷ୍ଠାନରେ ଅନିୟମିତତା ଅଭିଯୋଗରେ ସେମାନଙ୍କ ଠାରୁ ସମୁଦାୟ ୨୪ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି।ଏହି ଚଢ଼ାଉରେ ଯୁଗ୍ମ ନିୟନ୍ତ୍ରକ ସୁରସେନ ଯାନୀ, ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ ମହାନ୍ତି, ବୈଧ ମାପ ନିରୀକ୍ଷିକା ସଂସ୍କାର ମୟୀ ପ୍ରିୟ ଦର୍ଶିନୀ ମୁଗ୍ରୀ, ଯୋଗଣ ନିରୀକ୍ଷକ ହେମନ୍ତ ପ୍ରଧାନ, ଚମ୍ପାଇ ମାଣ୍ଡି, ବିଶ୍ୱନାଥ ଦଳାଇ ପ୍ରମୁଖ ସାମିଲ ଥିଲେ।ଭଞ୍ଜନଗର ଅତିରିକ୍ତ ତହସିଲଦାର ନିହାର ରଂଜନ ବେହେରା ଉକ୍ତ ଚଢ଼ାଉରେ ମାଜିଷ୍ଟ୍ରେଟ ଦାୟିତ୍ବ ତୁଲାଇ ଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.