ପୋଲସରା,୨୫/୦୯(ପିପିଟି): ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ନିଜ କାର୍ଯ୍ୟ ଶୈଳିରେ ଲୋକ ମାନଙ୍କର ମନ ଜିଣି ପାରିଥିଲେ। ଧରିତ୍ରୀ ଖବର କାଗଜରୁ କ୍ରାଇମ ସାମ୍ବାଦିକ ଭାବେ ନିଜ ସାମ୍ବାଦିକତା ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ଓଟିଭିର ବିପର୍ଯ୍ୟୟ ପରିଚାଳନା ଓ ମୁଖ୍ୟ ସାମ୍ବାଦିକ ଭାବେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ। ତାଙ୍କର ଅକାଳ ବିୟୋଗରେ ସମଗ୍ର ସାମ୍ବାଦିକ ଓ ବୁଦ୍ଧିଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି। ଏନେଇ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ପୋଲସରା ଅଞ୍ଚଳର ସମସ୍ତ ସାମ୍ବାଦିକ ଏକତ୍ରିତ ହୋଇ ସ୍ୱର୍ଗତ ଅରିନ୍ଦମ ଦାସଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଦୁଇ ମିନିଟ ନିରବ ପାର୍ଥନା ସହିତ ଏକ ଶୋକ ସଭା ଆୟୋଜନ ହୋଇଥିଲା। ଅରିନ୍ଦମଙ୍କ ଜୀବନୀ କାର୍ଯ୍ୟ ଦକ୍ଷତା ତଥା ନିର୍ଭୀକ ଓ ସାହାସିକତାକୁ ନେଇ ଉପସ୍ଥିତ ସାମ୍ବାଦିକ ମାନେ ନିଜ ମତ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ହରିହର ପାତ୍ର, କେ ସନ୍ତୋଷ କୁମାର ପାତ୍ର, ସୁବ୍ରତ ବେହେରା, ଅତ୍ରି ପଟ୍ଟନାୟକ, ଶିବ ପ୍ରସାଦ ସାହୁ, ଜ୍ୟୋତି ରଞ୍ଜନ ଆଚାରୀ, ଅକ୍ଷୟ ମହାରଣା, ରୋହିତ ପ୍ରଧାନ, ବସନ୍ତ ସାହୁ, ସନ୍ତୋଷ କୁମାର ପଣ୍ଡା,ସୀମାଞ୍ଚଳ ସାହୁ, ଶ୍ରୀରାମ ସ୍ବାଇଁ, ରତ୍ନାକର ଗୌଡ଼, ପ୍ରଗତିବନ୍ଧୁ ଦାସ,ଉପସ୍ଥିତ ରହି ଅରିନ୍ଦମ ଦାସଙ୍କ ଆମର ଆତ୍ମା ସଦଗତି କାମନା କରିବା ସହ ଶୋକ ସଂତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)