ଯୁକ୍ତ ତିନି ପଢୁଥିବା ଛାତ୍ରୀର ଆତ୍ମ ହତ୍ୟା ।

0 266

ମାଲକାନଗିରି,୨୭/୦୨(ପିପିଟି): କାଳିମେଳା ଥାନା ଅନ୍ତର୍ଗତ ଏମଭି -୬୮ଗ୍ରାମର ରଞ୍ଜନ ବିଶ୍ୱାସଙ୍କ କନ୍ୟା କଲେଜରେ ଅଧ୍ଯୟନ କରୁଥିବା ବେଳେ ଆତ୍ମ ହତ୍ୟା କରିଥିବା ଜଣାପଡିଛି ।ଘଟଣାରୁ ଜଣା ପଡିଛି ଯେ, ଏମଭି-୬୮ ଗ୍ରାମର ରଞ୍ଜନ ବିଶ୍ୱାସ ଙ୍କ ସାନ ଝିଅ ମିଲି ବିଶ୍ୱାସ ( ୧୯ ) ଗତ କାଲି ରାତିରେ ବାପା ମାଆ ସାନ ଭାଇ ସମସ୍ତେ ମିଶି ଖାଇ ସାରି ଘରେ ଶୋଇଥିଲେ । ମିଲି ସବୁ ଦିନ ଭଳି ତା’ର ଶୟନ କକ୍ଷରେ ଶୋଇବାକୁ ଯାଇଥିଲେ । ଏହି ସମୟରେ ନିର୍ଜନତାର ସୁଯୋଗ ନେଇ ଶୋଇଥିବା ଘରେ ନିଜ ଓଡଣି ଦ୍ବାରା ବେକରେ ଫାଶ ଲଗାଇ ଆତ୍ମ ହତ୍ୟା କରିଥିଲା। ସକାଳେ ଝିଅ ଶେଯରୁ ଠିକ ସମୟରେ ନଉଠିବାରୁ ମା’ ଡାକିଥିଲା । ଡାକ ନ ଶୁଣିବାରୁ ପୋଡୋଶିଙ୍କୁ ଡାକି କବାଟ ତାଡି ପରିବାର ଲୋକେ ଖୋଲିଥିଲେ । ଉକ୍ଯ ଶୟନ କକ୍ଷରେ ଝିଅର ଆତ୍ମ ହତ୍ଯା କରିଥିବା ଦେଖି ମା’ ଭାଇ ଚିତ୍କାର କରି କାନ୍ଦି ଉଠିଥିଲେ । ମିଲିର ଆସନ୍ତା ମାର୍ଚ୍ଚ ୬ରିଖରେ ବିବାହ ହୋଇଥାନ୍ତା । ସମସ୍ତ ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ ସରିଥିଲା ବେଳେ ଜିନିଷ ପତ୍ର କିଣା ହୋଇଥିଲା। ଗରିବ ପିତା ପରିବା ବିକ୍ରି କରି ଯାହା କିଛି ରୋଜଗାର ହୋଇଥାଏ ,ସେଥିରେ ବୋହୁ କଷ୍ଟରେ ତିନି ସନ୍ତାନଙ୍କ ପାଠ ପଢା ସହ ବଢ଼ ଝିଅକୁ ପୂର୍ବରୁ ବିବାହ ଦେଇ ଥିଲା ବେଳେ ସନଟିକୁ ବିବାହ ଦେବା ଲାଗି ସମସ୍ତ କାର୍ଯ୍ଯ ଆୟୋଜନ ହୋଇଥିଲା । କିନ୍ତୁ ଝିଅ ବିବାହ ପ୍ରସ୍ତାବରେ ରାଜି ଥିବା ବୋଲି ପରିବାର ଲୋକେ କହୁଥିବା ବେଳେ ଝଅଟି କାହିଁକି ଆତ୍ମ ହତ୍ୟା କଲା କାରଣ ଅସ୍ପଷ୍ଟ । ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଯବତ କରିବା ସହ ବ୍ଯବଛେଦ ନିମନ୍ତେ କାଳିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି।
ତଦନ୍ତ ପରେ ଆତ୍ମହତ୍ଯାର ରହସ୍ଯ ଉନ୍ମୋଚିତ ହେବ ବୋଲି ପୋଲିସ କହିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.