ଯାଜପୁର ଜଣେ ୪ବର୍ଷ ଶିଶୁ ନିଖୋଜ ।

0 748

ଯାଜପୁର,୨୬/୧୨(ପିପିଟି) :ରାଜ୍ୟରେ ଥମୁନି ଶିଶୁ ଅପହରଣ ଘଟଣା । ପୁଣି ଯାଜପୁର ଜିଲ୍ଲାରେ ଆଉ ଜଣେ ଶିଶୁ ନିଖୋଜ ଥିବାନେଇ ଅଭିଯୋଗ ହୋଇଛି । ଚଣ୍ଡିଖୋଲ ନିକଟ ଆଦିବାସୀ ବସ୍ତିରୁ ଚାରି ବର୍ଷର ଶିଶୁପୁତ୍ର ଚିଣ୍ଟୁ ନିଖୋଜ ହୋଇଛି । ଏନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ପୋଲିସ ଖୋଜାଖୋଜି ଆରମ୍ଭ ହୋଇଛି, ସୂଚାନଯୋଗ୍ୟ, ଗୁରୁବାର ଦିନ ଘର ବାହାରେ ବୁଲାବୁଲି କରୁଥିଲା ଚିଣ୍ଟୁ । ହଠାତ୍‌ ଅପରାହ୍ନ ୫ଟା ସମୟରୁ ସେ ନିଖୋଜ ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ବି କୌଣସି ଖବର ମିଳିନଥିଲା । ପରିବାର ଲୋକେ ବହୁ ଆଡେ ଖୋଜା ଖୋଜି ପରେ ଶିଶୁ ପୁତ୍ରର ସୂଚନା ନମିଳିବାରୁ ଧାନମଣ୍ଡଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ପରିବାର ପକ୍ଷରୁ ଅଭିଯୋଗ ପରେ ଧାନମଣ୍ଡଳ ଫାଣ୍ଡି ଓ ବଡଚଣା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ବୋଲି କହିଛନ୍ତି ଥାନା ଅଧିକାରୀ ପ୍ରିୟବ୍ରତ ରାଉତ । ତେବେ ବର୍ତ୍ତମାନ ସୁଦ୍ଧା ଘଟଣାକୁ ୩ଦିନ ବିତିଯାଇଥିଲେ ମଧ୍ୟ ଶିଶୁପୁତ୍ରକୁ କୌଣସି ଖୋଜଖବର ମିଳିନାହିଁ । ଚିଣ୍ଟୁର ପିତା ରାମ ଜଜ ଜଣେ ଦିନ ମଜୁରିଆ ଭାବେ ପରିବାର ଚଳାଉଥିବା ବେଳେ, ଏବେ ପୁଅର ନିଖୋଜ ଖବରରରେ ପୁରା ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ରାଜ୍ୟରେ ଗତକିଛି ଦିନ ହେଲା ଗୋଟିଏ ପରେ ଗୋଟିଏ ଶିଶୁ ନିଖୋଜ ହୋଇଚାଲିଛନ୍ତି ।

Leave A Reply

Your email address will not be published.