ରାୟଗଡା,୧୦/୦୯(ପିପିଟି); ରାୟଗଡା ଜିଲ୍ଲା ଗୁଣୁପୁର କୃଷିଜିଲ୍ଲା ଅଧିନ ୪ଗୋଟି ବ୍ଲକ ପଦ୍ମପୁର, ରାମନାଗୁଡା, ଗୁଡାରୀ ଓ ଗୁଣୁପୁରରେ ମୌସୁମୀର ଲୁଚକାଳି ଖେଳଭିତରେ କୃଷିବିଭାଗ ଲକ୍ଷ୍ୟରେ ପହଂଚିବାକୁ ଚେଷ୍ଟା ଜାରି ରଖିଛି। ରାୟଗଡା ଜିଲ୍ଲାର ଭାତହାଣ୍ଡି ରୂପେ ପରିଚିତ ପଦ୍ମପୁର ବ୍ଲକ, କେନ୍ଦୁଗୁଡ଼ା ବଡନାଳ ଡ୍ୟାମଦ୍ଵାରା ଉପକୃତ ହେଉଥିବା ବେଳେ ଅନ୍ୟ ୩ଟି ବ୍ଲକ ବର୍ଷାଜଳ ଉପରେ ନିର୍ଭରଶୀଳ। ସେପ୍ଟେମ୍ବର ୧୦ତାରିଖ ସୁଦ୍ଧା ଗୁଣୁପୁର କୃଷିଜିଲ୍ଲା ଅଧୀନରେ ୨୧୬୫୦ହେକ୍ଟର୍ ବଦଳରେ ୨୧୬୩୫ ହେକ୍ଟର ଜମିରେ ଧାନଚାଷ,୧୮୪୫ ଜାଗାରେ ୧୮୬୫ ହେକ୍ଟର୍ ମକା,୧୩୦ ଜାଗାରେ ୧୩୫ ହେକ୍ଟର ବାଜରା,୬୬୧୫ ଜାଗାରେ ୫୭୪୨ହେକ୍ଟର ଡ଼ାଲିଜାତୀୟ,୧୨୪୦ ଜାଗାରେ ୮୪୫ହେକ୍ଟର୍ ତୈଳବୀଜ,୨୯୧୨ ଜାଗାରେ ୨୮୦୬ ହେକ୍ଟର୍ ପନିପରିବା,୩୬୦ ଜାଗାରେ ୩୨୫ ହେକ୍ଟର୍ ଲଙ୍କା ଓ ମସଲାଜାତୀୟଏବଂ ତନ୍ତୁଜାତୀୟ ବା କପା ୨୧୬୦୦ ହେକ୍ଟରରୁ ସମ୍ପୂର୍ଣ୍ଣ ୨୧୬୦୦ ହେକ୍ଟର ଜମିରେ ଚାଷହୋଇଛି। ରାମନାଗୁଡା ଓ ଗୁଣୁପୁରବ୍ଲକର କପା ପ୍ରସିଦ୍ଧ ହେତୁ ଚାଷୀ ଅନ୍ୟାନ୍ୟ ଫସଲକୁ ଗୁରୁତ୍ୱ ନଦେଇ ଅଧିକ କପାଚାଷ କରିଥାନ୍ତି । ଅଧିକ ଲକ୍ଷ୍ୟ ନିମନ୍ତେ କୃଷିବିଭାଗ ଆଗାମିଦିନରେ ଛଣି,ରାଶି ଚାଷକୁ ଗୁରୁତ୍ୱ ଦେଇଛି। ୟୁରିଆ ଓ ଅନ୍ୟ ସାରର କଲାବଜାରୀ ଓ ଅଭାବୀବିକ୍ରି ଯୋଗୁଁ ଗୁଣୁପୁରରେ ଜଣେ ଓ ରାମନାଗୁଡାର ୨ ଜଣ ସାରବେପାରୀଙ୍କୁ ସସପେଣ୍ଡ କରାଯାଇଛି ଓ ୧୭ ଗୋଟି ସାରବିକ୍ରୟ କେନ୍ଦ୍ରକୁ କାରଣଦର୍ଶାଓ ନୋଟିସ ଜାରି କରାଯାଇଛି ବୋଲି ଜିଲ୍ଲା କୃଷିଅଧିକାରୀ ବାବାଜୀ ଚରଣ ବେହେରା ପ୍ରକାଶ କରିଛନ୍ତି। ରିପୋର୍ଟ – ନବୀନ ନାୟକ ବେହେରା ।