ଶେରଗଡ,୦୮/୦୮(ପିପିଟି);ଶେରଗଡ଼ ଆଜି ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ରଙ୍କ ଦ୍ୱିତୀୟ ଦିନ ଶେରଗଡ଼ ବ୍ଲକ ଗ୍ରସ୍ତ କରିଛନ୍ତି। ଦ୍ୱିତୀୟ ଦିନରେ ପ୍ରଥମେ ଶେରଗଡ଼ ବ୍ଲକର ପିତ୍ତଳ ଉଚ୍ଚ ବିଦ୍ୟାଳୟ ରେ ପହଞ୍ଚି ସ୍ମାର୍ଟ କ୍ଲାସ ରୁମ ପରିଦର୍ଶନ କରି କାମ ସୁଚାର ରୂପେ ଚାଲିଥିବା ଦେଖି ଖୁସି ବ୍ୟକ୍ତ କରିଥିଲେ। ଏହା ପରେ ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ପରିଦର୍ଶନ କରି ଶୀଘ୍ର କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ଓ ବିଦ୍ୟାଳୟରେ ଶୌଚାଳୟ, ପିଇବା ପାଣି ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ କହିଥିଲେ।ସେହି ଭଳି ରାମଚନ୍ଦ୍ରପୁର,ଗୋଠଗାଁ, ଥୁରୁବୁରାଇ,ଶେଷରେ ଆଲରିଗଡ଼ ଗ୍ରସ୍ତ କରି ସ୍ମାର୍ଟ କ୍ଲାସ ପରିଦର୍ଶନ କରିଛନ୍ତି ଶୀଘ୍ର ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଗ୍ରସ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ଭୁ ନାଥ ନନ୍ଦି, ମୁଖ୍ୟମନ୍ତ୍ରୀ ପ୍ରତିନିଧି ଶରତ ମହାପାତ୍ର,ବରୁଣ ପୋଲାଇ,ରବୀନ୍ଦ୍ରନାଥ ଦାଶଙ୍କ ସହ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।
(ରିପୋର୍ଟ- ଭିକୁ ନାୟକ। )