ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ମଣ୍ଡି ନାହିଁ, ଅସାଧୁ କପା ବେପାରୀଙ୍କ କବଜାରେ କପା ଚାଷୀ ।

0 1,174

ଶେରଗଡ,(ପିପିଟି)୧୦/୦୬,  କରୋନା ଆତଙ୍କ ରେ ସମଗ୍ର ବିଶ୍ୱର ଜନ ସାଧାରଣ ଆତଙ୍କିତ ହୋଇଥିବା ବେଳେ । କପା ଚାଷୀ ମାନଙ୍କର ଦୁଃଖ ବି ଏଥିରେ ସାମିଲ ହୋଇଛି ସରକାରୀ ଦର ୫୮ ଟଙ୍କା ଥିବା ବେଳେ ମାତ୍ର ଶାଗ ମାଛ ଦର ଭଳି ମାତ୍ର ୩୧ ଟଙ୍କା ରେ ବିକ୍ରି ହୋଇଛି  କପା । ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକରେ ମଣ୍ଡି  ନାହିଁ ବୋଲି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।ଶେରଗଡ଼ ବ୍ଲକରେ ୨ ଦୁଇ ଦିନ ହେଲା ଅସାଧୁକପା ବ୍ୟବସାୟୀ ମାନେ ୩୦ ରୁ ୩୧ ଟଙ୍କା ଦର ରେ କପା କ୍ରୟ କରିବାର ଦେଖିବାକୁ ମିଳିଛୁ । ଶେରଗଡ଼ ବ୍ଲକ ର ଲାଞ୍ଜିଆପଲି  ଓ ଅଶୋକ ପୁର ରେ କପା ମାତ୍ର ୩୦ ଟଙ୍କାରେ କ୍ରୟ କରିଥିବା ବେଳେ ଆଜି ନରେନ୍ଦ୍ରପୁର  ରେ ମାତ୍ରା ୩୧ ଟଙ୍କା ରେ କପା କ୍ରୟ କରିଛନ୍ତି, ଫଳରେ ଲୋକ ମାନଙ୍କ ମଧ୍ୟରେରେ ଅସନ୍ତୋଷ ଦେଖା ଦେଇଛି । ଗତବର୍ଷ ୪୫ ରୁ ୪୮ ଟଙ୍କାରେ କପା ବିକ୍ରି ହୋଇଥିଲା ବେଳେ ଚଳିତ ବର୍ଷ ଜାନୁଆରୀ ମାସରୁ କପା ଅମଳ ହୋଇ ଘର ବାରଣ୍ଡାରେ ପଡ଼ି ରହିଥିଲା ।  ଲକ୍ ଡାଉନରେ କମ୍ପାନୀ ବନ୍ଧ ହେବା ଫଳରେ ବାହାର ଜିଲ୍ଲାରୁ ରାୟଗଡ଼ା, ସମ୍ବଲପୁର ଏବଂ ପଡ଼ୋଶୀ ଆନ୍ଧ୍ରରୁ ବେପାରୀ ଆସିନଥିଲେ ଫଳ ଲୋକ ମାନଙ୍କ ଆଶା ଆଶା ହିଁ ରହିଯାଇଥିଲା । ଶେରଗଡ଼ ଅଞ୍ଚଳରେ ଚାଷୀ ମାନଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଦାବି ହୋଉଛି ଯେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ରେ ଏକ କପାମଣ୍ଡି ଖୋଲା ଯାଉ , ଯଦି ଆଗାମୀ ଦିନରେ କପାମଣ୍ଡି ନ ହୁଏ ତାହାଲେ  ଚାଷୀ କପାଚାଷ ନ କରିବା ପାଇଁ ସ୍ଥିର କରିଛନ୍ତି ,ଏହା ଉପରେ ପ୍ରଶାସନ ଦୃଷ୍ଟି ଦେବେ ବୋଲି ସାଧାରଣ ରେ ଦାବି ହେଉଛି ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.