ଶେରଗଡ ,୨୩/୦୭(ପିପିଟି);ଶେରଗଡ଼ ଗରିବଙ୍କୁ ପକ୍କା ଘର ଯୋଗେଇବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର,ବିଭିନ୍ନ ଆବାସ ଯୋଜନା କାର୍ଯ୍ୟ କରୁଥିଲେ ମଧ୍ୟ ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଅନ୍ତର୍ଗତ ତାକରଡ଼ା ଗ୍ରାମ ପଞ୍ଚାୟତର ଏସ ,ଚିକିଲି ଗାଁ ବାଟମାରଣା ହୋଇଛି ଆବାସ ଯୋଜନା ସରକାରୀ ଅଧିକାରୀଙ୍କ ଅପାରଗତା ପାଇଁ ଅଯୋଗ୍ୟ ବ୍ୟକ୍ତି ସରକାରୀ ଯୋଜନା ହାତେଇ ଥିବା ବେଳେ ଏଠି ଯୋଗ୍ୟ ବ୍ୟକ୍ତି ବଳି ପଡୁଛନ୍ତି। ଦୀର୍ଘ ବର୍ଷ ହେବ ଆବାସ ଯୋଜନା ରୁ ବଞ୍ଚିଛି ହୋଇ ରହିଛନ୍ତି। ୨୦ ରୁ ଉର୍ଦ୍ଧ୍ବ ପରିବାର ଗାଁ ର ପାଣ ବେହେରା, ସୌରା ବେହେରା,ଦାଶ ବେହେରା, ଟୁକୁନାବେହେରା,ନିରଞ୍ଜନ ବେହେରା, କୈଳାସ,ବେହେରା,ଡମ୍ବରୁବେହେରା,ବାବୁଗୌଡ଼,କୃଷ୍ଣଗୌଡ଼ ,ତ୍ରିଲୋଚନ ବେହେରା, ସୁନୀଲ ଗୌଡ଼,କ୍ଷୀରୋଦ ଚନ୍ଦ୍ର ରାଉତ, ପ୍ରକାଶ ସେଠି,ରବୀନ୍ଦ୍ର ବେହେରା, ରବି ରାଉତ,ନିଖିଳ ବେହେରା, ଶିଶିର ବେହେରା,ଗୋବିନ୍ଦ ବେହେରା, ରବୀନ୍ଦ୍ର ରାଉତ,ପିତାବାସ ସେଠି,ପବିତ୍ର ଗୌଡ଼, କବିତ୍ର ଗୌଡ଼, ଏମାନଙ୍କ ପାଖରେ ଖାଦ୍ୟ ସୁରକ୍ଷା ଯୋଜନାର ଖଣ୍ଡିଏ ଖଣ୍ଡିଏ କାର୍ଡ ଥିଲେ ମଧ୍ୟ ଆବାସ ଘର ଭଳି ମୌଳିକ ଅଧିକାରରୁ ଏମାନେ ବଞ୍ଚିତ। ପଞ୍ଚାୟତ କାର୍ଯ୍ୟଳୟ ଠାରୁ ଆରମ୍ଭ ସରକାର ଦପ୍ତର ଦୌଡୁ ଥିଲେ ମଧ୍ୟ କେହି ଏଥି ପ୍ରତି ଦୃଷ୍ଟି ଦେଉନଥିବା ପରିଲିଖିତ ହୋଇଛି। ଏମାନେ ନିରୀହ ଦିନ ମଜୁରିଆ ହୋଇଥିବା ରୁ ଓଳିଏ ଖାଇ ଓଳିଏ ଉପାସ ରହୁଥିବା କ୍ଷୋଭ ଆମ ପ୍ରତିନିଧିଙ୍କୁ ଜଣାଇ ଥିଲେ। ଏଣୁ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାର ଓ ୫ଟି ସଚିବଙ୍କୁ ନିବେଦନ କରିଛନ୍ତି।
(ରିପୋର୍ଟ- ଭିକୁ ନାୟକ। )