ଭଞ୍ଜନଗର,୦୯/୦୯(ପିପିଟି); କରୋନା ରୋଗର କୌଣସି ଔଷଧ ବାହାରି ନଥିବା ବେଳେ କେବଳ ଜନ ସଚେତନତା ସୃଷ୍ଟି ଦ୍ୱାରା ଏହି ମାରାତ୍ମକ ରୋଗରୁ ମୁକ୍ତି ମିଳିବ ତେଣୁ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ କୁଲାଙ୍ଗୀ ପଞ୍ଚାୟତ ପଳାସ ପଲ୍ଲୀ ଗ୍ରାମର ଯୁବ କଳାକାର ମାନଙ୍କ ଦ୍ୱାରା ଆୟୋଜିତ ସଚେତନତା ଭିତ୍ତିକ ସର୍ଟ ଫିଲ୍ମ “ମାସ୍କ ନାହିଁ ତ ଯାତ୍ରା ନାହିଁ” ଆଜି ମୁକ୍ତିଲାଭ କରିଛି। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଙ୍ଗୀତ ନିର୍ଦ୍ଦେଶକ ରବି ନାରାୟଣ ଦାଶ, ମୁଖ୍ୟ ଅତିଥି ଭାବେ ଆମ ପ୍ରତିନିଧି ତଥା ଗଞ୍ଜାମ ଜିଲ୍ଲାର ବିଶିଷ୍ଠ ଅଭିନେତା ଜୟକୃଷ୍ଣ ପଟ୍ଟନାୟକ,ବରିଷ୍ଠ ନାଟ୍ୟକାର ପ୍ରଫୁଲ୍ଲ ବେହେରା, ସୁରେନ୍ଦ୍ର ନାଥ ଜେନା,ସାମ୍ବାଦିକ ରତ୍ନାକର ସାହୁ, ସନ୍ତୋଷ କୁମାର ବିଷୋୟୀ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ। ସ୍ଥାନୀୟ କଳାକାର ମାନଙ୍କୁ ନେଇ ଅତି ସୁନ୍ଦର ଭାବେ ଏହି ନାଟକ ପ୍ରସ୍ତୁତ ହୋଇଥିବାରୁ ଜନ ସାଧାରଣଙ୍କ କୋରନାକୁ ନେଇ ବେଶ ସଚେତନ ହେବେ ବୋଲି ଆଶା କରାଯାଉଛି ।ଏଥିରେ କାହାଣୀ ରାଜେନ୍ଦ୍ର ବିଷୋୟୀ,ପ୍ରଯୋଜନା ଓ ନିର୍ଦ୍ଦେଶନା ଆଶିଷ କୁମାର ଦେଇଥିବା ବେଳେ ଯୁବ କଳାକାର ମାନେ ନିଖୁଣ ଅଭିନୟ କରି ପ୍ରଶଂସିତ ହୋଇପାରିଛନ୍ତି। ଘୁମୁସର ମାଟିରେ କଳାକାରମାନେ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମହଲରେ ଚାରିଆଡେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ତେଣୁ ଆଗାମୀ ଦିନରେ ମଧ୍ୟ ଏଭଳି କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦିଆଯିବ ବୋଲି ଅତିଥିମାନେ କହିଥିଲେ ।ଆର. ସି.ଏସ ପ୍ରଡକ୍ଟସନ ଦ୍ୱାରା ଆୟୋଜିତ ଏହି ଟିମ୍ ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ସମ୍ମାନିତ କରାଯାଇଥିଲା । ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।