ମୁକ୍ତାକାଶ ବ୍ୟାୟାମ କେନ୍ଦ୍ର ଉଦଘାଟନ କଲେ ବିଧାୟକ ।

0 326

ଭଞ୍ଜନଗର, ୧୩/୦୧(ପିପିଟି) : ଆଜିକାଲି ପିଲା ଠାରୁ ବଡ଼ ସମସ୍ତେ ମୋବାଇଲ ଗେମରେ ବ୍ୟସ୍ତ ରହି ଖେଳକୁଦ ଠାରୁ ଦୂରେଇ ଯାଉଛନ୍ତି।ଯାହା ଫଳରେ ସେମାନଙ୍କ ଶାରୀରିକ ବିକାଶ ହୋଇ ପାରୁନାହିଁ।ତେଣୁ ବିଭିନ୍ନ ରୋଗର ଶିକାର ହେଉଛନ୍ତି।ସ୍ୱାସ୍ଥ୍ୟ ହିଁ ସମ୍ପଦ।ସମସ୍ତେ ଯୋଗ ଓ ବ୍ୟାୟାମ ଦ୍ୱାରା ସୁସ୍ଥ ଜୀବନଯାପନ କରିପାରିବେ।ଏହାକୁ ଦୃଷ୍ଟିରେ ରଖି ଭଞ୍ଜନଗର ବାଉଁଶଲୁଣ୍ଡି ପଞ୍ଚାୟତ ଗାମୁଣ୍ଡି ଗ୍ରାମରେ ମୁକ୍ତ ବ୍ୟାୟାମ ପରିସରକୁ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଉଦଘାଟନ କରିଛନ୍ତି।ଏହା ଦ୍ୱାରା ଗାମୁଣ୍ଡି ଓ ଧୂଆଁ ଛାଇ ଗ୍ରାମର ଯୁବଗୋଷ୍ଠୀ ଉପକୃତ ହୋଇପାରିବେ।ଏହାପରେ ଗ୍ରାମରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ବିଧାୟକ ଶ୍ରୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ରୂପେ ବାଉଁଶଲୁଣ୍ଡି ସରପଞ୍ଚ ଉଦ୍ଧବ କୁମାର ମିଶ୍ର, ସମିତି ସଭ୍ୟା ଅଞ୍ଜଳୀ ବେହେରା,ସଙ୍ଗଠକ ଧୋବା ଗୌଡ଼ଙ୍କ ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ ମଞ୍ଚରେ ଉପସ୍ଥିତ ଥିଲେ।ସମସ୍ତ ଅତିଥିମାନଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।ସ୍ଥାନୀୟ ଲୋକଙ୍କର ଯାହା କିଛି ଅଭାବ ଅସୁବିଧା ରହିଛି ସେସବୁ ସମସ୍ୟାର ସମାଧାନ ପାଇଁ ଯାହା ଅର୍ଥର ଆବଶ୍ୟକତା ଅଛି ତାହା ଯୋଗାଇଦେବା ପାଇଁ ବିଧାୟକ ପ୍ରତିଶୃତି ଦେଇଥିଲେ।କାର୍ଯ୍ୟକ୍ରମରେ ଭଞ୍ଜ କିଶୋର ପ୍ରଧାନ ସଂଯୋଜନା କରିଥିଲେ। ଏଥିରେ ଉଭୟ ଗ୍ରାମର ବହୁ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.