ମିଶନ ଶକ୍ତି ଗୋଷ୍ଠୀର କର୍ମତତ୍ପରତା ତାଲିମ ଶିବିର ।

0 278

ବେଲଗୁଣ୍ଠା,୦୭/୧୨(ପିପିଟି):ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ଟାଉନ ହଲ ଠାରେ ସହରର ୮୨ ଟି ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଓ ସମ୍ପାଦିକାଙ୍କୁ ନେଇ ମୁଖ୍ୟ ମନ୍ତ୍ରୀ କର୍ମତତ୍ପର ଅଭିଯାନ ସମ୍ପର୍କିତ ଏକ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଆଧାରରେ ଗୋଷ୍ଠୀ ସମୂହକୁ ନେଇ ୱାର୍ଡ ସ୍ତରରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କରିବା ତଥା ଯୋଜନା ଅନ୍ତର୍ଗତ ବିଭିନ୍ନ ଦିଗ ଓ ସୁବିଧା ସୁଯୋଗ ଗୁଡିକ ସମ୍ପର୍କରେ ଏକ ସହାଭାଗୀ ଆଲୋଚନା କରାଯାଇଥିଲା । ଏତଦ ବ୍ୟତୀତ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ, ପଞ୍ଜିକୃତ ଆଞ୍ଚଳିକ ସ୍ତରୀୟ ମହିଳା ମହାସଂଘ ଓ ବସ୍ତି ବାସିନ୍ଦା ସଂଘ ଗୁଡିକ ନିମନ୍ତେ ଉପଲବ୍ଧ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପରେ ଆଲୋଚନା କରାଯାଇଥିଲା । ସହରରୁ ୧୬୦ ଜଣ ମହିଳା ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ନଗରପାଳ ଫିରୋଜ କୁମାର ସେଠି, ନିର୍ବାହୀ ଅଧିକାରୀ ଏସ ରାକେଶ କୁମାର ପାତ୍ର, ଗୋଷ୍ଠୀ ସଂଗଠିକା ଅଞ୍ଜଳି ପଣ୍ଡା, ମୁକ୍ତା ଏକ୍ସପୋର୍ଟ ମଙ୍ଗଳୁ ମୁନି,ମୁକ୍ତା ଆକାଉଣ୍ଟାଣ୍ଟ କ୍ଷୀରୋଦ ବେହେରା, ସନିଟେସନ୍ ସୁପର ଭାଇଜର ଶିବରାମ ଚୌଧୁରି ଓ ସମସ୍ତ ସ୍ଵଛ ସାଥି ସୁପରଭାଇଜର ଯୋଗଦେଇଥିଲେ । ତାଲିମ ସହାୟକ ଭାବେ ସହର ମିଶନ ପରିଚାଳକ ପ୍ରଫୁଲ୍ଲ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.