ମାଲକାନଗିରି,୩୦/୦୭(ପିପିଟି) :ମାଲକାନଗିରି ପୌରପାଳିକା ସ୍ଥିତ ୧୫ ନମ୍ବର ୱାର୍ଡର ରିକ୍ଲାମେସନ ରାସ୍ତା ଅତି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ମାଟି ରାସ୍ତା ହେତୁ ଲଗାଣ ବର୍ଷାରେ ସଂପୂର୍ଣ୍ଣ କାଦୁଅ ହୋଇ ଯାଇଛି। ଏହି ରାସ୍ତା ବାଇକ୍ ଚଳାଚଳ କରିବା କଷ୍ଟସାଧ୍ୟ ହୋଇ ପଡ଼ିଛି। ପାଦେ ଯିବା ଆସାବା ପାଇଁ ନାହିଁ ନଥିବା ଦୁର୍ଦ୍ଦଶାର ଭୋଗିବାକୁ ପଡ଼ିଛି।ଦୀପ ତଳ ଅନ୍ଧାର ପରି ମାଲକାନଗିରି ଜିଲ୍ଲା ସଦରମହକୁମାରେ ଥିବା ପୌରପାଳିକା ରାସ୍ତା। ବର୍ତ୍ତମାନ ମଧ୍ୟ ପୌରପାଳିକା ରେ ଥିବା ୱାର୍ଡର ଗୁଡିକ ବହୁ ରାସ୍ତା ଜରାଜୀର୍ଣ୍ଣ, ଯାହାକି ଯାତାୟାତ ବାଧାପ୍ରାପ୍ତ ସୃଷ୍ଟି କରୁଛି। ପକ୍କା ରାସ୍ତା ନିର୍ମାଣ କରିବା ପୌରପାଳିକା କାର୍ଯ୍ୟାଳୟର ପ୍ରାଥମିକତା କାର୍ଯ୍ୟ। ତେବେ ଆଜି ମଧ୍ୟ ଜିଲ୍ଲା ସଦର ମହକୁମାରେ ରାସ୍ତା ଅବସ୍ଥା ଶୋଚନୀୟ। ସେହି ପରି ରିକ୍ଲାମେସନ କଲୋନୀର ୮୦୦ ମିଟର ରାସ୍ତା କାଦୁଅ ପଚ୍ ପଚ୍।ସବୁ ବର୍ଷ ବର୍ଷା ଦିନେ ଏହି ରାସ୍ତାରେ ଯାନବାହାନ ଚଳାଚଳ ଠପ୍। ସ୍କୁଲ, ଅଫିସ, ବଜାର କୁ ଯିବା ପାଇଁ ଛାତ୍ରଛାତ୍ରୀମାନେ ଏବଂ ଲୋକମାନେ ହଇରାଣ ହରକତ ଭୋଗୁଥିଲେ ମଧ୍ୟ ପ୍ରଶାସନିକ ଉଦାସୀନତା ଯୋଗୁଁ ରାସ୍ତାଟି ନିର୍ମାଣ ହୋଇ ପାରୁନାହିଁ। ଏଣୁ ଉଚ୍ଚ କତୃପକ୍ଷଙ୍କୁ ଦୃଷ୍ଟି ଦେଇ ତୁରନ୍ତ ପକ୍କା ରାସ୍ତା ନିର୍ମାଣ କରିବା କୁ ଦୃଢ ଦାବି ହୋଇଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)