ମାଲକାନଗିରି ଜିଲ୍ଲା ୨ୟ ପର୍ଯ୍ୟାୟ ନିର୍ବାଚନ ;କୋରୁକୋଣ୍ଡ ବ୍ଲରେ୨୭୪ ଏବଂ ଖଇରପୁଟ ବ୍ଲକରେ ୧୪୫ ପ୍ରାର୍ଥଙ୍କ ଭାଗ୍ଯ ନିର୍ଣ୍ଣାୟ ।

0 235

ମାଲକାନଗିରି,୧୮/୦୨(ପିପିଟି):ଆସନ୍ତା ଶୁକ୍ରବାର ଦିନ କୋରୁକୋଣ୍ଡା ବ୍ଲକ ଓ ଖଇରପୁଟ ବ୍ଲକରେ ୨ୟ ପର୍ଯ୍ୟାୟ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ଆସନ୍ତା କାଲି କୋରୁକୋଣ୍ଡା ବ୍ଲକର ୨ଟି ଜିଲ୍ଲା ପରିଷଦ ଜୋନ୍ ରେ ୨୭୪ ଜଣ ପ୍ରାର୍ଥୀଙ୍କ ଭାଗ୍ଯ ନିର୍ଣ୍ଣୟ ହେବ । ତନ୍ମମଧ୍ୟରୁ ୪୯ଜଣଣ ସରପଞ୍ଚ ପ୍ରାର୍ଥୀ, ୪୦ଜଣ ସମିତି ସଭ୍ୟ ପ୍ରାର୍ଥୀ ,୪୦ଜଣ ୱ।ର୍ଡ ମେମ୍ବର ପ୍ରାର୍ଥୀ ଏବଂ ୧୦ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଣ୍ଣୟ ହେବ। ଏଥିରେ ୧୩୫ ଜଣ ଅପ୍ରତିଦ୍ଵନ୍ଦୀ ପ୍ରାର୍ଥୀ ଥିବା ବେଳେ ଜିଲ୍ଲା ପରିଷଦ ଜୋନରେ ୫୧୯୯ ଜଣ ମତଦାତା ରହିଥିବ। ବେଳେ ୧୨ ଗୋଟି ପଞ୍ଚାୟତ ଅନ୍ତର୍ଭୁକ୍ତ ରହିଛି । ଏହି ଜୋନ୍ ରେ ୧୭୮ଟି ମତଦାତା କେନ୍ଦ୍ର ରହିଥିବା ବେଳେ ୧୭୩ ଜଣ ପୁଲିସ ବାହିନୀକୁ ନିୟୋଜନ କରାଯାଇଛି । ଏହି ମତଦାନ ଲାଗି ୧୮୯ଟି ପୁଲିଂ ପାର୍ଟିକୁ ପ୍ରେରଣ କରାଯାଇଛି ।୨୦ଜଣ ସେକ୍ଟର ଅଫିସର ଙ୍କୁ ମୁତୟନ କରାଯାଇଛି। ସେହିପରି ୧୭୫ ଗୋଟି ଯାନବାହାନ ମୁତୟନ ହୋଇଛି। ସୂଚନା ଅନୁଯାୟୀ ୧୭୮ଟି ବୁଥ୍ ମଧ୍ୟରୁ ୨୭ ଗୋଟି ସମ୍ବଦନଶୀଳ ଏବଂ୧୭ଟି ଅତି ସମ୍ବୋଦନଶୀଳ ଏଵଂ ୧ ଟି ପିଙ୍କ୍ ଵୁଥ୍ ରହିଛି । ସେହିପରି ଆସନ୍ତା କାଲି ଖଇରିପୁଟ ବ୍ଲକ ରେ ୨ୟ ପର୍ଯ୍ୟାୟ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ଖଇରପୁଟ ବ୍ଲକରେ ଖଇରପୁଟ ଜିଲ୍ଲା ପରିଷଦ ଜୋନ୍ ଗୋଟିଏ ରହିଥିବା ବେଳେ ୧୪୫ ପ୍ରାର୍ଥୀଙ୍କ ଭାଗ୍ଯ ଆସନ୍ତା କାଲି ନର୍ଣ୍ଣୟ ହେବ । ତନ୍ମମଧ୍ୟରୁ ୪୪ଜଣ ସରପଞ୍ଚ ପ୍ରାର୍ଥୀ ,୪୧ଜଣ ସମିତି ସଭ୍ୟ ପ୍ରାର୍ଥୀ, ୫୫ଜଣ ୱ।ର୍ଡ ମେମ୍ବର ପ୍ରାର୍ଥୀ ଏବଂ ୫ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଣ୍ଣୟ ହେବ। ଏଥିରେ ୧୦୦ଜଣ ଅପ୍ରତିଦ୍ଵନ୍ଦୀ ପ୍ରାର୍ଥୀ ଥିବା ବେଳେ ଜିଲ୍ଲା ପରିଷଦ ଜୋନରେ ୩୭୬୧୦ ଜଣ ମତଦାତା ରହିଥିବ। ବେଳେ ୧୧ ଗୋଟି ପଞ୍ଚାୟତ ଅନ୍ତର୍ଭୁକ୍ତ ରହିଛି ।ଏହି ଜୋନ୍ ରେ ୧୪୨ଟି ମତଦାତା କେନ୍ଦ୍ର ରହିଥିବା ବେଳେ ୧୪୨ ଜଣ ପୁଲିସ ବାହିନୀକୁ ନିୟୋଜନ କରାଯାଇଛି । ଏହି ମତଦାନ ଲାଗି ୪୬୮ଟି ପୁଲିଂ ପାର୍ଟିକୁ ପ୍ରେରଣ କରାଯାଇଛି ।୧୬ଜଣ ସେକ୍ଟର ଅଫିସରଙ୍କୁ ମୁତୟନ କରାଯାଇଛି। ସେହିପରି ୭୯ ଗୋଟି ଯାନବାହାନ ମୁତୟନ ହୋଇଛି । ସୂଚନା ଅନୁଯାୟୀ ୧୪୨ଟି ବୁଥ୍ ମଧ୍ୟରୁ ୨୬ ଗୋଟି ସମ୍ବଦନଶୀଳ ଏବଂ୧୭ଟି ଅତି ସମ୍ବୋଦନଶୀଳ ଏଵଂ ୧ ଟି ପିଙ୍କ୍ ଵୁଥ୍ ରହିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.