ମାଲକାନଗିରା,ତା:୧୬/୦୯(ପିପିଟି); ଆଜି ବିଶ୍ବ କର୍ମାଙ୍କ ପୂଜା । ବିଧିବିଧାନ ପାଳନ ଲାଗି ସମସ୍ତେ ତପ୍ତର । ଗତ ବର୍ଷ ଭଳି ନାହିଁ ସାଜ୍ଜ ସଜ୍ଜା କି ଯାକ ଯମକ । ନାହିଁ ରଂଗୀନ ବୈଦ୍ଯୁତିକ ଆଲୋକ ତୋରଣ ,ନାହିଁ ସାଉଣ୍ଡ ବକ୍ସରେ ବିଭିନ୍ନ ଲଘୁ ସଂଗୀତର ମୂର୍ଚ୍ଚନା! ସବୁଠି ସୁପ୍ତ । କରୋନା ଯୋଗୁଁ ସବୁଠି ଫିକା ପଡିଯାଇଛି ବିଶ୍ବକର୍ମା ପୂଜା । ତଥାପି ବିଧି ବିଧାନ ମାନିବାକୁ ଯାଇ ମାଲକାନଗିରି ସଦର ମହକୁମାର କିଛି ସରକାରୀ କାର୍ଯ୍ଯାଳୟର ପ୍ରକୋଷ୍ଠରେ ବିଶ୍ବକର୍ମାଙ୍କ ଛୋଟ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରାଯାଇ ବ୍ରାହ୍ମଣ ଦ୍ବାରା ପୂଜାର୍ଚ୍ଚନା କରାଯାଇଛି ଗୁପ୍ତ ନୀତି । ଅର୍ଘ୍ଯ,ମନ୍ତ୍ରୋଚାରଣ ହୋମ ଆଦି କର୍ମ କଲା ପରେ ସ୍ବଳ୍ପ ସମୟରେ ସମାପ୍ତ ହୋଇଯାଇଛି ବିଶ୍ବ କର୍ମା ପୂଜା । ନା ଅଛି ଜନତାଙ୍କ ଭିଡ ନା ଅଛି ପ୍ରସାଦ ସେବନ,ନା ଅଛି ବିଶ୍ବ କର୍ମାଙ୍କ ଦର୍ଶନ । ଅତି ଗେୀପନୀୟ ଭାବେ ସମାପନ ହେୀଇଛି ବିଶ୍ବକର୍ମାଙ୍କ ଗୁପିତ ପୂଜା । ବାହାରେ କୌଣସି ବ୍ଯକ୍ତି ବିଶେଷଙ୍କୁ ଜଣା ନାହିଁ,ଯେ ବିଶ୍ବ କର୍ମା ପୂଜା ହେଉଛି । ଗତ ବର୍ଷ କିଛି ସରକାରୀ କର୍ମଚାରୀ ବିଶ୍ବ କର୍ମା ପୂଜା ନାଁରେ ହାତରେ ରସିଦ ଖାତା ଧରି ଘର ଘର ବୁଲି ଚାନ୍ଦା ଆଦାୟ କରୁଥିଲେ । ଲୋକମାନେ ମଧ୍ଯ ସେମାନଙ୍କ ଠାରୁ ବର୍ଷତମାମ ସେବା ପାଉଥିଲେ ବୋଲି ବିଶ୍ବ କର୍ମା ପୂଜା ନାଁରେ ଚାନ୍ଦା ବଢାଇ ଦେଉଥିଲେ କିନ୍ତୁ ଚଳିତ ବିଶ୍ବ କର୍ମା ପୂଜାରେ ଚାନ୍ଦା ଆଦାୟକାରୀଙ୍କ ଦର୍ଶନ ନାହିଁ ।ଯାହା ହେଉ ମଣିଷ କରୋନା ପାଇଁ ଟିକେ ଚାନ୍ଦ ଭେଦାରୁ ଆଶ୍ବସ୍ତି ଲାଭ କଲା । କରୋନା ପାଇଁ ଲୋକମାନଙ୍କ ରୋଜଗାର ନାହିଁ ,ଏଣେ ପୂଜା ନାଁରେ ଚାନ୍ଦା ଦେବାକୁ କାହାରି ଆନ୍ତର୍କ ଇଛା ବି ନାହିଁ । ନିଜେ ତ ବଡ ଅସୁବିଧାରେ,ବଞ୍ଚିବା ମୁସକିଲ,ଦିଅଁ ଦେବତା ନାଁରେ ଚାନ୍ଦା ଦେବା କାଠିକର ପାଠ । (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି )