ମାଲକାନଗିରି,୦୭/୦୯(ପିପିଟି);ମାଲକାନଗିରି ଜିଲ୍ଲାରେ ଶିଶୁ ମଙ୍ଗଳ ସମିତି କାର୍ଯ୍ଯକାଳ ବର୍ତ୍ତମାନ ସମାପ୍ତ ହୋଇ ଯାଇଥିଲେ ମଧ୍ଯ ନୂତନ କମିଟି ଗଠନ କରିବା ପାଇଁ ଓଡିଶା ରାଜ୍ଯ ଶିଶୁ ସୁରକ୍ଷା ସମିତି କୌଣସି ପ୍ରୟାସ କରୁ ନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ମାଲକାନଗିରି ଜିଲ୍ଲାରେ ସିଡବ୍ଲୁସିମାନଙ୍କୁ କେବେ ନିଯୁକ୍ତି ଦିଆ ଯିବ ବୋଲି ସାଧାରଣରେ ପ୍ରଶ୍ନ ଉଦ୍ରେକ ହୋଇଛି । ଘଟଣାରୁ ପ୍ରକଶ ଯେ , ଓଡିଶା ରାଜ୍ଯ ସରକାରଙ୍କ ଡବ୍ଲୁ.ସି.ଡି. ଚିଠି ନଂ:୧୦୬/ତା:୦୫.୦୧.୨୦୨୧ ବିଜ୍ଞପ୍ତି ଅସନୁସାରେ ମାଲକାନଗିରି ଜିଲ୍ଲାରେ ନୂତନ ଶିଶୁ ସୁରକ୍ଷା ସଦସ୍ଯ ନିଯୁକ୍ତି ଲାଗି ପ୍ରାର୍ଥିମାନଙ୍କ ଠାରୁ ଦରଖାସ୍ତ ଆହ୍ବାନ କରାଯାଇଥିଲା । ଦରଖାସ୍ତ ଆହ୍ବାନ କରିବାର ଶେଷ ତାରିଖ ଜାନୁଆରୀ ୩୦ ତାରିଖ ୨୦୨୧ ନିର୍ଦ୍ଧାରଣ କରାଯାଇଥିଲା । ଫଳରେ ଆଗ୍ରହୀ ପ୍ରାର୍ଥିମାନେ ଅନ୍ ଲାଇନ ମାଧ୍ଯମରେ ନିର୍ଦ୍ଧାରିତ ସମୟ ସୀମା ମଧ୍ଯର ଦରଖାସ୍ତ ପକାଇଥିଲା ବେଳେ ପ୍ରାର୍ଥିମାନଙ୍କର ସମସ୍ତ କାଗଜ ପତ୍ର ଗତ ୧୬.୦୨.୨୦୨୧ ତାରିଖରେ ମାଲକାନଗିରି ଜିଲ୍ଲାପାଳଙ୍କ ଦ୍ବାରା ଯାଞ୍ଚ କରାଯାଇ ଓଡିଶା ଶିଶୁ ସୁରକ୍ଷା ସମିତିକୁ ପ୍ରେରଣ କରାଯାଇଥିଲା । ତେବେ ଆଶାୟୀ ପ୍ରାର୍ଥିମାନେ ଦରଖାସ୍ତ ପକାଇବର ୭ ମାସ ବିତିଯାଇଥିଲେ ମଧ୍ଯ ସଂପୃକ୍ତ ବିଭାଗ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ସାକ୍ଷାତକାର ନେଇ ନଥିବା ଜଣାପଡିଛି । ପୂର୍ବରୁ ନିଯୁକ୍ତି ପାଇଥିବା ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା ସମିତି ସଦସ୍ଯମାନଙ୍କ କାର୍ଯ୍ଯକାଳ ଅଗଷ୍ଟ ୨୦୨୧ ସୁଦ୍ଧା ସମାପ୍ତ ଘଟିଥିବା ବେଳେ ପୁନଶ୍ଚ ୪ ମାସ ପର୍ଯ୍ଯନ୍ତ ସମୟ ସୀମାକୁ ବଢାଇ ଦିଆ ଯାଇଛି । ବାସ୍ତବରେ ସିଡ୍ଲୁସି ସଦସ୍ଯମାନଙ୍କର କାର୍ଯ୍ଯକାଳ ୩ ବର୍ଷ ପର୍ଯ୍ଯନ୍ତ ସରକାର ନିର୍ଦ୍ଧାରଣ କରିଥିବା ବେଳେ ଆଉ ୪ ମାସ ବଢାଇବା ଦ୍ବାରା ନୂତନ ସଦସ୍ଯମାନଙ୍କୁ କେବେ ବିଭାଗ ନିଯୁକ୍ତି ଦେବ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଏଣେ ନୂତନ ନିଯୁକ୍ତିରେ ଶିଥିଳତା ଦେଖା ଦେଇଥିବାରୁ ରାଜ୍ଯ ସରକାର ତୁରନ୍ତ ନୂତନ ଭାବେ ମାଲକାନଗିରି ଜିଲ୍ଲାରେ ଶିଶୁ ମଙ୍ଗଳ ସମିତି ସଦସ୍ଯଙ୍କୁ କେବେ ସାକ୍ଷାତକାର ଡାକି ନିଯୁକ୍ତି ଦେବେ କଳ୍ପନା ଜଳ୍ପନା ଲାଗିରହିଛି । ଏଥି ପ୍ରତି ରାଜ୍ଯ ସରକାର ଦୃଢ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Prev Post