ମାଲକାନଗିରି,୧୦/୦୨(ପିପିଟି): କୁଡୁମୁଲୁଗୁମ୍ମା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଆନୁକୂଲ୍ୟରେ ଆୟୋଜିତ ଉକ୍ତ ଶିବିରକୁ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ଷଡ଼ଙ୍ଗୀ ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲା ବେଳେ ଏହି ଶିବିରରେ ମାନସିକ ରୋଗୀ ବିଶେଷଜ୍ଞ ଡ. ଏମ.ଏ. ହୁସେନ , ଡ.ସିଦ୍ଧାନ୍ତ ଆଦର୍ଶ, ବି.ପି.ଏମ ହର ପ୍ରସାଦ ତାରିଣୀ, ମାନସିକ ସାମାଜିକ କର୍ମୀ ଦୀପକ କୁମାର ଦିଗାଲ,ଆରବିଏସକେର ଜିଲ୍ଲା ପ୍ରବନ୍ଧକ ହରିବନ୍ଧୁ ଦେଶିଆନାଏକ ଓ ରଶ୍ମି ରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇ ରୋଗୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବିତରଣ କରଯାଇଅଛି । କେବଳ ଅତି ଜଟିଳ ମାନସିକ ରୋଗୀଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ସୂଚନା ମିଳିଛି । ଆଜିର ଏହି ଶିବିରରେ ୧୮ ବର୍ଷରୁ କମ ବୟସର ମାନସିକ ଦିବ୍ୟାଙ୍ଗ ରୋଗୀମାନେ ବହୁ ସ°ଖ୍ୟାରେ ଆସିଥିବା ଦେଖିବାକୁ ମିଳିଛି । ଶ୍ରବଣ ଶକ୍ତି ହ୍ରାସ ପାଇଥିବା ରୋଗୀ ମାନଙ୍କୁ ବିନା ମୂଲ୍ୟରେ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମଟିକୁ ସଫଳତାର ସହିତ ଆୟୋଜିତ କରିଥିବା ଦେଖିବାକୁ ମିଳିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)