ଭଞ୍ଜନଗର,୨୯/୧୧(ପିପିଟି): ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ରାସ୍ତାରେ ରହୁଥିବା ଜଣେ ବୃଦ୍ଧାଙ୍କୁ ତାଙ୍କ ଜନ୍ମିତ ମାନସିକ ବିକୃତ ପୁଅ ଆକ୍ରମଣ କରିବାରେ ସେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।ଆଜି ସକାଳେ ବାସନ୍ତୀ ବେହେରା ଘର ନିକଟରେ ଥିବା ଜଳ ଯୋଗାଣ ପାଇପରୁ ପାଣି ନେଇ ଘରକୁ ଫେରୁଥିବା ବେଳେ ତାଙ୍କ ମାନସିକ ବିକୃତ ପୁଅ ପ୍ରଦୀପ ବେହେରା ହାଠାତ୍ ଆସି ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ସେ ତଳେ ପଡିଯିବା ସହ ବାସନ୍ତୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।ଖବର ପାଇ ବିପଦର ବନ୍ଧୁ ସ୍ୱେଚ୍ଛାସେବୀ ସଙ୍ଗଠନ ଭଞ୍ଜନଗର ଶାଖାର କିଛି ସଦସ୍ୟ ଆହତ ଅବସ୍ଥାରେ ଉକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରି ମେଡ଼ିକାଲ ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ପରେ ପୁଣି ବୃଦ୍ଧାଙ୍କୁ ନେଇ କିଛି ଖାଦ୍ୟ ସାମଗ୍ରୀ ଦେଇ ନିଜ ଘରେ ଛାଡିଥିବା ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )