ମାନବତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 285

ଭଞ୍ଜନଗର,୨୭/୦୨(ପିପିଟି): ବିଶ୍ବ ଓଡ଼ିଶା ଓ ନାୟକ ଫାଉଣ୍ଡେସନ, ୟୁକେର ମିଳିତ ଆନୁକୂଲ୍ୟରେ ରବିବାର ଭଞ୍ଜନଗର ସ୍ଥିତ ଚିଦାନନ୍ଦ କୁଷ୍ଠାଶ୍ରମ ଠାରେ ମାନବତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସମାଜର ଅବହେଳିତ ବର୍ଗ ତଥା ଆଶ୍ରମର ଅନ୍ତେବାସୀଙ୍କ ସହିତ ଭାବର ଆଦାନ ପ୍ରଦାନ କରିବା ସହିତ ସେମାନଙ୍କୁ ବସ୍ତ୍ର ପ୍ରଦାନ କରାଯାଇଥିଲା। ସାମ୍ପ୍ରତିକ ଋଷିଆ ଓ ୟୁକ୍ରେନ ମଧ୍ୟରେ ଉପୁଜିଥିବା ଯୁଦ୍ଧ ପରିସ୍ଥିତିରେ ମାନବତାଧର୍ମ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନାୟକ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼.ମଳୟ କୁମାର ନାୟକ,ବିଶ୍ବ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ, ୟୁକେ ଏବଂ ବିଶ୍ୱ ଓଡ଼ିଶା, ଭୁବନେଶ୍ୱରର ସାଧାରଣ ସମ୍ପାଦକ ତଥା ପରିଚାଳନା ନ୍ୟାସୀ ମନୋଜ ମନ୍ମୟ,ସମାଜସେବୀ ଶୂଳପାଣି ଶତପଥି,ବାଳକୃଷ୍ଣ ପଟ୍ଟନାୟକ, କାର୍ତ୍ତିକେଶ୍ୱର ପ୍ରଧାନ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.