ମାଥିଲି ବ୍ଲକ କଂଗ୍ରେସ କମିଟିର ପ୍ରତିବାଦ ।

0 248

ମାଥିଲି,୧୨/୧୧(ପିପିଟି):ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କଂଗ୍ରେସ କମିଟି ତରଫରୁ ଆଜି ଜୁନାଗଡ଼ ମହାଲିଙ୍ଗ ମହାବିଦ୍ୟାଳୟର ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ଓ ସରକାରଙ୍କ ନିରବତା ପ୍ରତିବାଦରେ ମାଥିଲି ଗାନ୍ଧି ଛକ ଠାରେ ସକାଳ ୬ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ଗଣ ଧାରଣାରେ ବସିଥିବା ଦେଖାଯାଇଥିଲା । ମମିତା ମେହେର ହତ୍ୟାକାଣ୍ଡରେ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଗିରଫ ଓ ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି ପାଇଁ କଂଗ୍ରେସ ନେତା ଓ କର୍ମୀମାନେ ସ୍ଲୋଗାନ ଦେଇ ଦୃଢ ପ୍ରତିବାଦ କରିଥିଲେ । ବ୍ଲକ କଂଗ୍ରେସ ସଭାପତି ମଙ୍ଗଳା ଗୌଡ଼ଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ ଭାବେ ବନ୍ଦ ପାଳନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ନେତା ଶରତ ବୁରୁଦା,କର୍ତ୍ତନପାଲ୍ଲୀ ସରପଞ୍ଚ ଫୁଲମତି ଜିରାମ, ପୂର୍ବତନ ସରପଞ୍ଚ ଗୁପ୍ତ ନାୟକ, ମୁକୁନ୍ଦ ନାୟକ, ହରି ପୂଜାରୀ, ଲଖିନାଥ ପୂଜାରୀ, ମହେଶ୍ୱର ପଟ୍ଟନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ଯ ସୁନାଧାର କାକାରି, ଉଦୟନାଥ ମହାରଣା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତ୍ରିନାଥ ଭୂମିଆ, ବଳରାମ ମାଝୀ, ପୂର୍ଣ୍ଣ ମହରଣା , ଖଗପତି ନାୟକ, ଲଇଛନ ନାୟକ , ମାମିନା ନାୟକ, ନବୀନ ଭୂପତି, ଆନନ୍ଦ ମଟାମ,ସମେତ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।ମାଥିଲିରେ କଂଗ୍ରେସ ଦଳ ଡାକରାରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା ।ଏଠାରେ ସଂପୂର୍ଣ୍ଣ ବନ୍ଦର ପ୍ରଭାବ ପଡିଥିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.