ମାଛ ବୋଝେଇ ମିନି ଟ୍ରକ ଦୁର୍ଘଟଣା ଗ୍ରସ୍ତ ।

0 214

ମାଲକାନଗିରି,୦୨/୧୨(ପିପିଟି):ମୋଟୁ କାଲିମେଳା ୩୨୬ ନମ୍ବର ଜାତୀୟ ରାଜପଥ ଏମଭି- ୭୬ ଗ୍ରାମ ପେଟ୍ରୋଲ ପମ୍ପ ନିକଟରେ ଆଜି ଭୋରରୁ ଏକ ମାଛ ବୋଝେଇ ଟ୍ରକ ଓଲଟି ପଡିବା ଫଳରେ ଜେସିବି ଦ୍ୱାରା ପୋଲିସ ଉଦ୍ଧାର କରିଛି। ଘଟଣାରୁ ପ୍ରକାଶ ଯେ ଆଜି ଭୋରୁ ଆନ୍ଧ୍ର ପ୍ରଦେଶରୁ ଓଡ଼ି୨୪ଏଚ୬୮୩୨ ନମ୍ବରର ଏକ ମାଛ ବୋଝେଇ ମିନିଟ୍ରକ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏମଭି-୭୬ ଗ୍ରାମ ରାସ୍ତା ନିକଟରେ ଥିବା ଏକ ଗଛରେ ଧକ୍କା ଲାଗି ଓଲଟି ପଡିଥିଲା । ଭୋର ୪ ଟା ସମୟରେ ଏହି ଦୁର୍ଘଟଣା ହୋଇଥିବା ବେଳେ ରାତ୍ରି ଅନିଦ୍ରା ଏହାର କାରଣ ହୋଇ ପାରେ ବୋଲି ଅନୁମାନ କରାଯାଉଛି। ଦୁର୍ଘଟଣାରେ ଜଣେ ସାମାନ୍ୟ ଆହତ ହୋଇ ଥିବା ବେଳେ ଅନ୍ୟ କାହାରି ବିଶେଷ ଆଘାତ ହୋଇ ନଥିବା ଜଣାପଡିଛି । ଘଟଣା ସ୍ଥଳରେ ଏମ୍ ଭି ୭୯ ଥାନା ଅଧିକାରୀ ମୁକୁନ୍ଦ ମେଲକା ଓ ପୋଲିସ ସଦଳବଳ ପହଁଛି ଜେସିବି ସାହାଯ୍ୟରେ ଦୁର୍ଘଟଣା ଗ୍ରସ୍ତ ମିନିଟ୍ରକଟିକୁ ଉଦ୍ଧାର କରିଛି।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.