ଭଞ୍ଜନଗର, ୦୩/୧୧(ପିପିଟି) : ଭଞ୍ଜନଗର ହାର୍ଟ ନଗର ଠାରେ ଘୁମୁସର ସମ୍ମିଳିତ ବନବିଭାଗ ତରଫରୁ ବେଶ ଆଡ଼ମ୍ବର ସହକାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ ଶ୍ୟାମା କାଳୀଙ୍କ ପୂଜାର ଆୟୋଜନ କରାଯାଇଛି।ଏଠାରେ ମା’ଙ୍କର ସମସ୍ତ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହ ସନ୍ଧ୍ୟାରେ ଆଳତୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କର ମନ ମୋହୁଛି। ଆଜି ସନ୍ଧ୍ୟାରେ ବନବିଭାଗ ଦ୍ୱାରା ସମସ୍ତ ନିମନ୍ତ୍ରିତ ଅତିଥିମାନେ ପ୍ରଥମେ ମା’ କାଳୀଙ୍କୁ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ।ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ,ଭଞ୍ଜନଗର ଏନଏସି ନଗର ପାଳ ଗୋପବନ୍ଧୁ ମହାପାତ୍ର, ଉପନଗରପାଳ ଶୁଭଶ୍ରୀ ଦାସ,ଫୁଲବାଣୀ ଡିଏଫଓଙ୍କ ସହିତ, ଭଞ୍ଜନଗର ନର୍ଥ ଡ଼ିଏଫଓ ହିମାଂଶୁ ଶେଖର ମହାନ୍ତି, ସାଉଥ୍ ଡିଏଫ୍ଓ ବିନୋଦ ଆଚାର୍ଯ୍ୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ବିଜୟ କୁମାର ପଣ୍ଡା ଯୋଗଦାନ କରି ବନବିଭାଗ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମକୁ ବେଶ ପ୍ରଶଂସା କରିଥିଲେ।ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।
ରିପୋର୍ଟ- (ଜେ. କେ ପଟ୍ଟନାୟକ)