ମାଓବାଦୀଙ୍କ ସହୀଦ ସପ୍ତାହ ପାଳନ ନେଇ ରାୟଗଡା ଏସପିଙ୍କ ସାମ୍ବାଦିକ ସମ୍ମିଳନୀ।

0 404

ରାୟଗଡା,୨୯/୦୭(ପିପିଟି); ରାୟଗଡା ଏସପି ବିବେକାନନ୍ଦ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଯେ, ପ୍ରତିବର୍ଷ ସିପିଆଇ ମାଓବାଦୀ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହୀଦ ସପ୍ତାହ, ଅଗଷ୍ଟ ୯ ରେ କ୍ରାନ୍ତି ଦିବସ ଓ ଅଗଷ୍ଟ ୧୫ ତାରିଖରେ କଳାଦିବସ ପାଳନ କରିଥାନ୍ତି।ବାସଧାରା, ନାଗାବଳି ଓ ଘୁମୁସର ଡିଭିଜିନାଲ କମିଟି ଏହି ଅଞ୍ଚଳରେ ସକ୍ରିୟ ଅଛନ୍ତି, ଵିଶେଷକରି ରାୟଗଡା,କଳାହାଣ୍ଡି ସୀମାନ୍ତ ଓ ରାୟଗଡା, କନ୍ଧମାଳ ସୀମାନ୍ତରେ କିଛିଦିନ ହେବ ଅଧିକ ସକ୍ରିୟ ଥିବାର ପ୍ରମାଣ ମିଳୁଛି। ଓଡ଼ିଶା ମାଓବାଦୀ ସାଙ୍ଗଠନିକ କମିଟି ଆଭ୍ୟନ୍ତରୀଣ ଅଞ୍ଚଳରେ କିଛି କାଣ୍ଡ କରିବାର ସୁଯୋଗଥିବାରୁ, ଏହି କାର୍ଯ୍ୟକ୍ରମ ଭଣ୍ଡୁର କରିବାକୁ ଓ ରାୟଗଡା ଜିଲ୍ଲାକୁ ମାଓମୁକ୍ତ କରିବାକୁ ଖାନତଲାସୀ,କମ୍ବିଂ ଅପରେସନ ଓ ଯାନବାହନ ଚେକିଂ କରିବାକୁ ବ୍ୟବସ୍ଥା କରାଯାଇଛି। ମୁଖ୍ୟତଃ ଯବାନମାନେ ଅପରେସନ ସାରି ଫେରିବା ବାଟରେ ଆକ୍ରୋଶର ଶିକାର ହେଉଥିବାରୁ ସମ୍ବେଦନଶୀଳ ଅଞ୍ଚଳରେ ସ୍ୱତନ୍ତ୍ର କାର୍ଯ୍ୟ ସମ୍ପାଦନ ଏବଂ ଦୁର୍ଘଟଣାମୁକ୍ତ ପାଇଁ ବାସଙ୍ଗମାଳି,ନିୟମଗିରି,କୁତ୍ରୁମାଳି, ମୁନିଗୁଡ଼ା, ବିଷମକଟକ,କଲ୍ୟାଣସିଂପୁର ଓ ଦୋରାଗୁଡା ଥାନା ଅଞ୍ଚଳରେ ଏସଓଜି,ଡ଼ିଭିଏଫ,ସିଆରପିଏଫ ଓ ବିଏସଏଫ ଯବାନ ମୁତୟନ କରାଯାଇଛି।ରାସ୍ତା ନିର୍ମାଣ ସଂସ୍ଥା ଉପରେ ଅଧିକ ଆକ୍ରମଣ ହେତୁ ସେମାନଙ୍କୁ ନିଜ ସରଞ୍ଜାମ ପାଖ ଥାନାରେ ରଖି ନିୟମିତ ଭାବେ ଯୋଗାଯୋଗ କରିବାକୁ କୁହାଯାଇଛି। ରାୟଗଡା ଜିଲ୍ଲାରେ ସରକାରୀ ବସ ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି।
(ରିପୋର୍ଟ-ନବୀନ ନାୟକ ବେହେରା ।)

Leave A Reply

Your email address will not be published.