ଉଲୁଣ୍ଡା,୧୦/୧୦(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ଗ୍ରାମର ମାଁ ଉମାଦେବୀ ଙ୍କ ଶାରଦୀୟ ଋତୁର ଷୋଳ ଦିନାତ୍ମକ ପୂଜା ମଙ୍ଗଳବାର ଦିନ ଠାରୁ ଆରମ୍ଭ ହୋଇଯାଇଅଛି । ଏହି ପୂଜାର ଖଣ୍ଡା ଲେଉଟା ଉତ୍ସବ ଅଷ୍ପିନ ଶୁକ୍ଳ ପକ୍ଷ ଦ୍ଵିତୀୟ ଚନ୍ଦ୍ର ଦର୍ଶନ ତିଥିରେ ଅନୁଷ୍ଠିତ ହୁଏ ପରମ୍ପରା ମତେ ଏବର୍ଷ ମଧ୍ୟ ଏହି ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା ଦେବୀ ପ୍ରତିମା ମାନଙ୍କୁ ଅଳଙ୍କାର ପରିଧାନ କରାଇ ଭୋଗ ମଣ୍ଡପକୁ ବିଜେ କରାଇ ସେଠାରେ କଳସ ସ୍ଥାପନ ପୂର୍ବକ ହୋମ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ତାପରେ ଢୋଲ ନିସାନ ଓ ଘଣ୍ଟ ବାଦ୍ୟରେ ଦେବୀ ମାନଙ୍କୁ ଚନ୍ଦ୍ର ଦର୍ଶନ ପୀଠକୁ ବିଜେ କରାଯାଇଥିଲା । ସେଠାରେ ପୂଜକ ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ଅର୍ଘ୍ୟ ପୁଷ୍ପାଞ୍ଜଳି ଦେବା ପରେ ଦେବୀଙ୍କୁ ପୁଷ୍ପାଞ୍ଜଳି ଦିଆଯାଇଥିଲା । ଆଖପାଖ ଗ୍ରାମର ବହୁ ଭକ୍ତ ସମବେତ ହୋଇଥିଲେ ତାପରେ ଦେବୀ ପୁଣି ଘଣ୍ଟା ବାଦ୍ୟ ଆଦିରେ ମନ୍ଦିର ଗମ୍ଭୀରକୁ ବିଜେ କରାଗଲା ଏଥିରେ ପୂଜକ ମନୋଜ ବେହେରା ମାଳି, ଭିକାରୀ ପାଢ଼ୀ , ତ୍ରିପୁରାରି ଦେହୁରୀ ପୂର୍ଣ୍ଣ ବେହେରା ମାଳି , ନିରଞ୍ଜନ ଦେହୁରୀ , ଚଡ଼ିଆ ବଡମାଲି , ଗୁଲେଖ ବେହେରା ମାଳି , ପଦ ବଡ଼ମା ଳି, ସୁମନ୍ତ ପୁରୋହିତ, ରାତ୍ର ବଡ଼ମାଲି ପ୍ରମୁଖ ଉପସ୍ଥିତ ରହି ଦେବୀଙ୍କ କାର୍ଯ୍ୟରେ ସହାୟତା କରିଥିଲେ ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)