ମାଲକାନଗିରି,୨୫/୧୦(ପିପିଟି): ଜାତୀୟ ସେବା ଯୋଜନା ଓ ନେହେରୁ ଯୁବ କେନ୍ଦ୍ରର ମିଳିତ ଉଦ୍ଯମରେ ମାଲକାନଗିରି ମହିଳା ମହାବିଦ୍ଯାଳୟ ପରିସର ଠାରେ ସ୍ବଛ ଭାରତ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ଯକ୍ରମରେ ଜାତୀୟ ସେବା ଯୋଜନା ଜିଲ୍ଲା ସଂଯୋଜିକା ନମିତା ଦଣ୍ଡସେନା, ମାଲକାନଗିରି ମହିଳା ମହାବିଦ୍ଯାଳୟ ପ୍ରତିଷ୍ଠାତା ଦୁର୍ଗା ତ୍ରିପାଠୀ, ଉତ୍କଳ ସାହିତ୍ଯ ସଂସଦ ସଭାପତି ତଥା ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମହିଳା ମହାବିଦ୍ଯାଳୟ ଅଧ୍ଯକ୍ଷ ଦୁଷ୍ମନ୍ତ କୁମାର ଜେନା,ନେହୁର ଯୁବକେନ୍ଦ୍ର ଜିଲ୍ଲା ସଂଯୋଜକ ହରିଶ ପଲ,କ୍ରୀଡା ଶିକ୍ଷକ ପ୍ରଶାନ୍ତ ଶତପଥି ଏବଂ ଏନଏସଏସ ପ୍ରୋଗ୍ରାମ ଅଧିକାରୀ ଇନ୍ଦୁମତି ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ମହିଳା ମହାବିଦ୍ଯାଳୟ ପରିସରରେ ପଡିଥିବା ପ୍ଲାଷ୍ଟିକ୍ ବୋତଲ,ପ୍ଯାକିଂ ଜରିକୁ ସଂଗ୍ରହ କରାଯାଇ ଏକତ୍ର କରାଯାଇଥିଲା । ନିଜେ ସ୍ବଛ ରହିବା ସହ ପରିବେଶ କିପରି ପରିସ୍କାର ପରିଛନ୍ନ ରହିବ ସେ ସଂପର୍କରେ ମହାବିଦ୍ଯାଳୟର ଛାତ୍ରୀମାନଙ୍କୁ ନିମନ୍ତ୍ରିତ ଅତିଥିମାନେ ସେମାନଙ୍କ ବକ୍ତବ୍ଯ ମାଧ୍ଯମରେ ସଚେତନ କରିଥିଲେ । ପ୍ଲାଷ୍ଟିକ ସାମଗ୍ରୀ ଆଜି ଆମ ପାଇଁ କିପରି ବିରାଟ ସମସ୍ଯା ହୋଇ ଠିଆ ହୋଇଛି ,ସେ ସଂପର୍କରେ ବିଷଦ ଭାବେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ଯକ୍ରମରେ ରେଡକ୍ରସ କାଉଁନସିଲର ଶୋଭା ଚୌଧୁରୀ,ଅଧ୍ଯାପକ ଶ୍ରୀକାନ୍ତ ସାମଲ ଏବଂ ଗୀତାଞ୍ଜଳୀ ରଥ ପ୍ରମୁଖ ଯୋଗ ଦେଇଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)