ରାୟଗଡ,୧୧/୦୯(ପିପିଟି); ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକର ୧୨ ଗୋଟି ପଂଚାୟତରେ ଆଜିଠାରୁ ଆରମ୍ଭ ହୋଇଛି ଉଦ୍ୟାନ ବିଭାଗ ଦ୍ୱାରା ମହିଳା ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପାକଶାଳା ବଗିଚା ପନିପରିବା ବିହନ କିଟ୍। ଆଜି ପ୍ରଥମ ଦିନରେ ପରିଖିତି,୧୨ ତାରିଖରେ ଗୋଗୁପାଡୁ,ଗୁଲୁଣ୍ଠି ୧୩ ରେ ସୁଣ୍ଡି ଧାମୁଣି, ଗୋସେଇଁ ଗୁଳୁମୁଣ୍ଡା ୧୪ ରେ ପେଣକାମ, କୁଜେନ୍ଦ୍ରୀ ୧୫ ରେ ନିଲାମଗୁଡା, ବୁଥିଙ୍ଗ ୧୬ ରେ ଗୁଳୁମୁଣ୍ଡା ଓ ୧୭ ତାରିଖରେ ଭମିନି ପଂଚାୟତରେ ପର୍ଯ୍ୟାୟ କ୍ରମେ ୧୬୦୦ ପନିପରିବା ବିହନ କିଟ୍ ବଣ୍ଟନ କରାଯିବ।କରୋନା ମହାମାରୀ ରେ ଚାଷୀ ବିଶେଷକରି ମହିଳା ଚାଷୀଙ୍କ ଜୀବନ ଜୀବିକା ସମ୍ପୂର୍ଣ୍ଣ ଭାବେ ଉଜୁଡି ଯାଇଥିବାରୁ, ପାକଶାଳା ବିହନ କିଟ୍ କିଛି ମାତ୍ରାରେ ଜୀବନ ଶୈଳୀକୁ ପ୍ରଭାବିତ କରିବାର ଆଶା ରଖିଛି ଉଦ୍ୟାନ ବିଭାଗ। ବ୍ଲକ ସାରା ବୁଲି ବୁଲି କାର୍ଯ୍ୟକ୍ରମ ଆଗେଇ ନେବାକୁ ଥିବାବେଳେ ଆଜି ପରିଖିତି ପଞ୍ଚାୟତ କାର୍ଯ୍ୟାଳୟ ରେ ଉଦ୍ଘାଟନ ହୋଇଛି।ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗି,ସରପଞ୍ଚ ଗାୟତ୍ରୀ ମାଣ୍ଡାଙ୍ଗି,ସହକାରୀ ଉଦ୍ୟାନ ଆଧିକାରୀ ଏମ୍. ସୁଚିତ୍ରା,କ୍ଷେତ୍ର କର୍ମଚାରୀ ଅକ୍ଷୟ ପଣ୍ଡା,ଆନନ୍ଦ ପାତ୍ର ଓ ନିରୂପମା ବାଉରୀ ଯୋଗ ଦେଇଥିଲେ। ରିପୋର୍ଟ – ନବୀନ ନାୟକ ବେହେରା ।