ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵତନ୍ତ୍ର ଟୀକାଦାନ ଶିବିର ।

0 270

ବେଲଗୁଣ୍ଠା,୦୯/୦୨(ପିପିଟି): ବେଲଗୁଣ୍ଠା ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦ୍ୱିତୀୟ ପର୍ଯ୍ୟାୟ ସ୍ଵତନ୍ତ୍ର କୋଭିଡ ଟୀକାଦାନ ଶିବିର ଆୟୋଜିତ ହୋଇଯାଇଛି । ଟୀକା ଦାନ ଶିବିରଟି ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଏଣ୍ଡ ଗାଇଡସ୍ ର ରେଞ୍ଜରସ୍ ଲିଡର୍ ଇତିଶ୍ରୀ ସାମନ୍ତ ଏବଂ ରେଞ୍ଜରସ୍ ଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ଜଗନ୍ନାଥ ଖଡଗରାୟ,ମାନସୀ ଦାସ, ଡିଇଓ ପିଙ୍କି ପ୍ରଧାନ ଏବଂ ସ୍ମୃତିରଞ୍ଜନ ପରିଡ଼ା ପ୍ରମୁଖ ଟୀକାକରଣ କରିଥିଲେ । ଓଡ଼ିଆ ବିଭାଗ ଅଧ୍ୟାପିକା ଗିତାଞ୍ଜଳୀ ଗୁରୁ ପିଲାଙ୍କ ଉପସ୍ଥାନ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ଡ଼କ୍ଟର୍ ସଂଯୁକ୍ତା ପଣ୍ଡା ତଦାରଖ କରିଥିଲେ । ପ୍ରକାଶ ଥାଉକି ଅନୁଷ୍ଠାନରେ ପ୍ରଥମ ପର୍ଯ୍ୟାୟ ଟୀକାକରଣ ଗତ ଜାନୁୟାରୀ ୧୦ ତାରିଖରେ ଅନୁଷ୍ଠିତ ହୋଇଥିଲା ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.