ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷଙ୍କୁ ସ୍ୱାଗତ କଲେ ପୁରାତନ ଛାତ୍ର ସଂଗଠନ ।

0 197

ବେଲଗୁଣ୍ଠା,୦୫/୦୮(ପିପିଟି);ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଅଧ୍ୟକ୍ଷା ଭାବେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧ୍ୟାପକ ବି ଗୋବିନ୍ଦ ରାଓ ବିଧିବଦ୍ଧଭାବେ ମହାବିଦ୍ୟାଳୟର ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି । ନୂତନ ଅଧ୍ୟକ୍ଷଙ୍କୁ ଆଜି ପୁରାତନ ଛାତ୍ର ସଂଗଠନ ତରଫରୁ କାର୍ଯ୍ୟକାରିଣୀ କମିଟି ଉପସଭାପତି ପ୍ରହଲ୍ଲାଦ ଲେଙ୍କା, ଆରତୀ ପାତ୍ର,ଶିଶିର କୁମାର ସ୍ଵାଇଁ ,ସମ୍ପାଦକ ଦିବ୍ୟ ଲୋଚନ ବିଶ୍ୱାଳ, କୋଷାଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି ଏବଂ ସଦସ୍ୟ ଛାୟାକାନ୍ତ ମହାପାତ୍ର, ଅଜୟ ସାହୁ ପ୍ରମୁଖ ଅଧ୍ୟକ୍ଷ ଶ୍ରୀ ରାଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ ପୂର୍ବକ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଶ୍ରୀ ରାଓଙ୍କ ସମସ୍ତ ସହକର୍ମୀ ତଥା ପ୍ରାଧ୍ୟାପକ ବିଷ୍ଣୁପ୍ରସାଦ ପଟ୍ଟନାୟକ, କପିଳ ସାହୁ, ବିବେକାନନ୍ଦ କର, କୁମୁଦ ଚନ୍ଦ୍ର ମହାପାତ୍ର, ଅଧ୍ୟାପିକା ରୁନିବାଳା ତ୍ରିପାଠୀ,ପିଙ୍କି ପୋଲାଇ, ବିଜୟଲକ୍ଷ୍ମୀ ପାଢୀ, ସ୍ଵରୂପା ରାଣୀ ବିଶ୍ୱାଳ ଏବଂ କର୍ମଚାରୀ ଦେବେଶ ଚନ୍ଦ୍ର ମହାପାତ୍ର, ସୁଶାନ୍ତ କୁମାର ଲେଙ୍କା, ରମେଶ ଚନ୍ଦ୍ର ରାଉତ, ସୁକାନ୍ତ କୁମାର ମିଶ୍ର ଏବଂ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ୍, ଡ ଗିରିଧାରୀ ନାୟକ, ଡ. ରବି ନାରାୟଣ ପାତ୍ର, ଡ ସଂଜୀବ କୁମାର ଦାଶ୍, ବିଦ୍ୟାଧର ସ୍ୱାଇଁ, ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ନୂତନ ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ସନ୍ତୋଷ କୁମାର ବିଶ୍ୱାଳ ଏବଂ କିରାଣି ରାମକୃଷ୍ଣ ପାତ୍ର ମଧ୍ୟ ନୂତନ ଅଧ୍ୟକ୍ଷଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଜଣାଇଛନ୍ତି । ଅଧ୍ୟକ୍ଷ ଶ୍ରୀ ରାଓ ମଧ୍ଯ ଆଜି ପ୍ରଥମେ ମାଆ ବୁଢାକେନ୍ଦୁଙ୍କ ଆଶୀର୍ବାଦ ଭିକ୍ଷା କରି ନିଜର ଆସନ ଗ୍ରହଣ କରିବା ସହିତ ସମସ୍ତଙ୍କ ସହଯୋଗରେ ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କାର୍ଯ୍ୟକ୍ରମକୁ ଆଗେଇ ନେବେ ବୋଲି ପ୍ରକାଶ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.