ମଶାଣି ପାଇଁ ଭୋଟ ବର୍ଜନ ଚେତାବନୀ ଦେଲେ ବାଲିଗୁଡା ଏନ୍ଏସି ର ତିନି ୱାର୍ଡ଼ବାସୀ ।

0 225

ବାଲିଗୁଡା,୦୪/୦୨(ପିପିଟି): ରାଜନେତା ଓ ପ୍ରଶାସନଙ୍କ ପ୍ରତିଶୃତି ପାଣିର ଗାର ମଶାଣି ନାହିଁ ତ ଭୋଟ ନାହିଁ ଏହି ନାରା ଦେଇଛନ୍ତି ବାଲିଗୁଡା ଏନ୍ଏସି ର ତିନି ୱାର୍ଡ଼ବାସୀ । ବାଲିଗୁଡା ଏନଏସି ର ସର୍ବ ବୃହତ୍ତମ ସାହି ରୂପେ ପରିଚିତ ନୂଆସାହି । ଏନ୍ଏସି ର ୫,୬,୭ ନମ୍ବର ଏହି ତିନି ୱାର୍ଡ ବାସୀଙ୍କ ପାଇଁ ସ୍ଥାୟୀ ମଶାଣି ଆଜି ପର୍ଯ୍ୟନ୍ତ ନାହିଁ । ଦୀର୍ଘ ଶହେବର୍ଷରୁ ଉର୍ଦ୍ଧ୍ବ ହେବ ସାହିବାସିନ୍ଦା ଶବଦାହ କରୁଥିବା ମଶାଣି ଚି଼ହ୍ନଟ ହୋଇନଥିବାରୁ ଲୋକେ ମଶାଣିରେ ଘର କରି ରହିଲେଣି ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଜମି ମାଫିଆଙ୍କ କବଳରେ ମଶାଣି, ଧୀରେ ଧୀରେ ମଶାଣି ଜମି ସଂକୁଚିତ ହେଲାଣି । ମଶାଣି ରେ ଶବଗୃହ ଆଲୋକ ପାଣି ବ୍ୟବସ୍ଥା ଆଦୌନାହିଁ । ତିନି ୱାର୍ଡ଼ରେ ବସବାସ କରୁଥିବା ୬ ହଜାର ରୁ ଉର୍ଦ୍ଧ୍ବ ଲୋକେ ଖରା ବର୍ଷା ଶୀତରେ ୱାର୍ଡବାସୀ ଶବଦାହ କରିବାକୁ ଯାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୁଇ ବର୍ଷତଳେ ବିଏସଏଫ ଯବାନ ଶହୀଦ ଦିନେଶ ପାତ୍ରଙ୍କ ଶେଷକୃତ୍ୟ ସମୟରେ ସ୍ଥାନୀୟ ବିଧାୟକ ଚକ୍ରମଣି କହଁର ଏବଂ ତତ୍କାଳୀନ ଉପଜ଼ିଲ୍ଲାପାଳ ଉପସ୍ଥିତ ଥିଲେ । ୱାର୍ଡ଼ବାସୀଙ୍କ ଅଭିଯୋଗ କ୍ରମେ ଖୁବ ଶୀଘ୍ର ମଶାଣିର ଜମି ଚି଼ହ୍ନଟ ଶବ ଗୃହ ପାଚେରୀ ଆଲୋକ ଏବଂ ପାଣି ବ୍ୟବସ୍ଥା କରାଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ କିନ୍ତୁ ସବୁ ପ୍ରତିଶୃତି ପାଣିର ଗାର ବୋଲି କହିଛନ୍ତି ୱାର୍ଡ ବାସୀ । ତୁରନ୍ତ ମଶାଣି ରେ କାମ ନହେଲେ ଆଗାମୀ ପୌର ନିର୍ବାଚନକୁ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଏହି ତିନି ୱାର୍ଡବାସୀ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.