ମନରେଗା ଘୋଟଲା,ମଣିଷ ବଦଳରେ ଜେସିବି ଦ୍ବାରା କାର୍ଯ୍ୟ ।

0 752

କୁକୁଡାଖଣ୍ଡି,୧୨/୦୯(ପିପିଟି); ବ୍ଲକ କାର୍ଯ୍ୟାଳୟରେ ମୋଟା ଅଙ୍କର ପିସି କାରବାର ଚାଲୁଥିବା ନେଇ ଭିଜିଲାନ୍ସ ଆସି କିଛି ଫାଇଲ ତଦନ୍ତ ପାଇଁ ନେଇଥିଲା। ତଥାପି ଭୟ ନାହିଁ, ସାମ୍ନାକୁ ଆସିଛି ଏମଜିଏନଆରଇଜିଏସ କାର୍ଯ୍ଯ ମେସିନ ସାହାଯ୍ୟରେ ହେଉଥିବା ନେଇ ଅଭିଯୋଗ। କୁକୁଡାଖଣ୍ଡି ବ୍ଲକ ଲାଞ୍ଜିଆ ପଞ୍ଚାୟତ କାର୍ଯ୍ୟାଳୟ ପାର୍ଶ୍ଵରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନୂଆ ବନ୍ଧର ଉନ୍ନତି କରଣ ଓ ସ୍ୟୌନ୍ଦର୍ଯ୍ୟ କରଣ ପାଇଁ ଗାର୍ଡଓ୍ବାଲ ନିର୍ମାଣ ୧୦ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି I ଯେଉଁଥିରେ ଅଣକୁଶଳୀ ଶ୍ରମିକ ଅଂଶ ୩ ଲକ୍ଷ ୧୪ହଜାର ୯୦୯ଟଙ୍କା ଥିବାବେଳେ ସାମଗ୍ରୀ ବାବଦକୁ ୬ ଲକ୍ଷ ୮୫ହଜାର ୯୧ଟଙ୍କା ବ୍ୟୟବରାଦ ରହିଛି I ତାଲାବନ୍ଦ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନରେଗା କାର୍ଯ୍ୟକୁ ଗୁରୁତ୍ୱ ଦେଇ ପ୍ରବାସୀମାନଙ୍କ ସମେତ ଗରିବ ଲୋକମାନେ କିପରି ସ୍ୱାବଲମ୍ବୀ ହେବେ ସେ ଉପରେ ଧ୍ୟାନ ଦେଉଛନ୍ତି,ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଧ୍ୟ ସ୍ଥାନୀୟ ବ୍ଲକ ପ୍ରଶାସନିକ ଅଧିକାରୀ ମାନଙ୍କୁ ଅଧିକ କାର୍ଯ୍ୟଦିବସ କିପରି ସୃଷ୍ଟି ହୋଇପାରିବ ସେ ଦିଗରେ ଯୋଜନା କରିବା ପାଇଁ ନିର୍ଦ୍ଦେଶ ଦେଉଥିବାବେଳେ,ପଞ୍ଚାୟତ ସ୍ତରରେ ଏହି ସମସ୍ତ ଯୋଜନା ବାଟବଣା ହେଉଥିବା ଦେଖିବାକୁ ମିଳୁଚି I ଲାଞ୍ଜିଆ ପଞ୍ଚାୟତରେ ଚାଲିଥିବା ଏକ ମନରେଗା କାର୍ଯ୍ୟରେ ଦିନ ଦ୍ବିପ୍ରହରରେ ସରକାରୀ ନୀତିନିୟମକୁ ପାଦରେ ଦଳି ପଞ୍ଚାୟତ କତୃପକ୍ଷ ଜେସିବି ଦ୍ୱାରା କାର୍ଯ୍ୟ ଚଳାଉଛନ୍ତି ତାହାପୁଣି ପଞ୍ଚାୟତ ପାର୍ଶ୍ଵରେ । ଅନ୍ୟପକ୍ଷରେ ଜୁଲାଇ ୧୫ ତାରିଖ ପରେ ବର୍ଷା ଋତୁ ଆସୁଥିବାରୁ ମାଟି କାର୍ଯ୍ୟ କରିବା ନିୟମ ନଥିବା ବେଳେ ନାମ ଫଳକ ମୁତାବକ କିପରି ଅଗଷ୍ଟ ମାସରେ କାର୍ଯ୍ୟ ଆରମ୍ଭ ହେଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ବିଡିଓ ଏସଏଫସି କାମ ବୋଲି କହି ଏଡାଇ ଯିବାକୁ ଉଦ୍ୟମ କରୁଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି । ଘଟଣାର ସତ୍ୟାସତ୍ଯ ଅନୁସନ୍ଧାନ ସାପେକ୍ଷ । ଦୁର୍ନୀତି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲରେନ୍ସ ଏଠାରେ ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ କିଭଳି ପଦକ୍ଷେପ ନେଉଛନ୍ତି ଦେଖିବାକୁ ରହିଲା ।

Leave A Reply

Your email address will not be published.