କୋଦଳା,୩୧/୦୮(ପିପିଟି); ଗତକାଲି ବିଳମ୍ବିତ ରାତ୍ର ରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଦୁଇ ଗୋଟି ବାଇକ ରେ କିଛି ବ୍ୟକ୍ତି ଦେଶୀ ଚୋରା ମଦ ନେଇ ଯାଉଥିବା ବେଳେ ପୋଲିସ ସେମାନଙ୍କ ପିଛା କରିବା ବେଳେ ନୂଆଗଡ଼ ଠାରେ ଡୁଇ ବାଇକ ଆରୋହୀ ବାଇକ ଓ ମଦ ବସ୍ତା ଛାଡି ଚମ୍ପଟ ମାରିଥିଲେ । ସଙ୍ଗେ ସଙ୍ଗେ ପୋଲିସ ଦୁଇ ବାଇକ ସହ ମଦ ବସ୍ତା ଜବତ କରି ବାଇକ ଆରୋହୀ ଓ ଚୋରା ମଦ ବ୍ୟବସାୟୀ ମାନଙ୍କୁ ଖୋଜା ଚାଲିଛି ବୋଲି ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପ୍ରକାଶ କରିଛନ୍ତି । ଦୁଇ ବାଇକ ମଧ୍ୟରୁ ଗୋଟିଏ ହୋଣ୍ଡା କମ୍ପାନୀର ଯାହାର ନମ୍ବର OD33P9429 ହୋଇଥିବା ବେଳେ ଅନ୍ୟ ଟି ନମ୍ବର ବିହୀନ ୟାମାହା ଏକ୍ସ ଜେଡ୍ ଆର୍ ।