ମଣ୍ଡି ଖୋଲିବା ପାଇଁ ଖୋର୍ଦ୍ଧା କଣ୍ଟିଲୋ ମୁଖ୍ୟରାସ୍ତା ଅବରୋଧ କଲେ ଚାଷୀ।

0 285

ବୋଲଗଡ଼,୧୭/୦୧(ପିପିଟି): ଖୋର୍ଦ୍ଧା ଜିଲ୍ଲାରେ ଚାଷୀ ତାର ଧାନ ସରକାରଙ୍କୁ ନିର୍ଦ୍ଧାରିତ ମୂଲ୍ୟରେ ବିକ୍ରି କରିବା ପାଇଁ ଚାହିଁ ବସିଥିବା ବେଳେ ଏପର୍ଯ୍ୟନ୍ତ ମଣ୍ଡି ଖୋଲିନାହାଁନ୍ତି ସରକାର । ଏହାର ପ୍ରତିବାଦରେ ଆଜି ଖୋର୍ଦ୍ଧା କଣ୍ଟିଲୋ ମୁଖ୍ୟ ରାସ୍ତାକୁ ବେଗୁନିଆ ଥାନା ଅଧୀନ ଗେଡ଼ିଆପଲିଠାରେ ସାଲତରା ସେବା ସମବାୟ ସମିତିର ଶତାଧିକ ଚାଷୀ ମୁଖ୍ୟରାସ୍ତାକୁ ଅବରୋଧ କରି ବସିଛନ୍ତି । ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ବେଗୁନିଆ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେପଟେ ରାସ୍ତା ରୋକ ପାଇଁ ଉଭୟ ପାର୍ଶ୍ଵରେ ଶତାଧିକ ଗାଡି ମୋଟର ଅଟକି ରହିଥିବା ଦେଖାଦେଇଛି । ଘଟଣା ସ୍ଥଳରେ ବୋଲଗଡ଼ ତହସିଲଦାର ଓ ଖୋର୍ଦ୍ଧା ସମବାୟ ନିବନ୍ଧକ ଘଟଣା ସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିବା ପରେ ଚାଷୀ ରାସ୍ତା ଅବରୋଧରୁ ହଟିଥିବା ଦେଖାଦେଇଛି।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.