ମଣ୍ଡିରେ ଧାନ ବିକ୍ରିକୁ ଚାଷୀ ଅସନ୍ତୋଷ;୧୪ ତାରିଖରୁ ଆନ୍ଦୋଳନ କରିବ କଂଗ୍ରେସ ।

0 327

ମାଲକାନଗିରି,୧୦/୦୧(ପିପିଟି):ମାଲକାନଗିରି ଜିଲ୍ଲାରେ ମଣ୍ଡି ଖୋଲି ସାରିଥିବା ବେଳେ ଏବେବି ଅନେକ ଚାଷୀଙ୍କୁ ଟୋକନ ମିଳିନଥିବା ବେଳେ ଯେଉଁମାନଙ୍କୁ ମିଳିଛି ତାହା ସେମାନଙ୍କର ଅମଳ ଫସଲର ୨୦ ରୁ ୩୦ ପ୍ରତିଶତ । ଏପଟେ ମଣ୍ଡିରେ ଟାର୍ଗେଟ ସରି ସରି ଆସୁଥିବା ବେଳେ ଚାଷୀଙ୍କ ଧାନ ଘର ବାହାରେ ପଡି ରହିଛି । ଏପରି କିଛି ଅଭିଯୋଗ କରି ଆଜି ଜିଲ୍ଲା ସଦରରେ ଥିବା କଂଗ୍ରେସ ଭବନରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଚାଷୀଙ୍କର ଏଭଳି ସ୍ଥିତି ଯୋଗୁଁ କିଛି ଚାଷୀ ଶାଗ ମାଛ ଦରରେ ଦଲାଲଙ୍କୁ ଧାନଗୁଡିକ ବିକ୍ରି କରିଦେଉଥିବା ବେଳେ ପ୍ରତ୍ୟେକ ଦିନ ଟ୍ରକ ବୋଝଇ ହୋଇ ଧାନ ଆନ୍ଧ୍ର ଚାଲାଣ ହେଉଛି। ଏପରିକି କାଲିମେଳା ଲ୍ୟାମ୍ପ ଅଧୀନରେ କ୍ରୟ କରାଯାଉଥିବା ମଣ୍ଡି ଗୁଡିକରେ ନକଲି ଚାଷୀ ରୂପରେ ଦଲାଲମାନେ ସକ୍ରିୟ ରହିଛନ୍ତି। ଏମାନେ ମଣ୍ଡିରେ ଧାନ ଆଣି ଚାଷୀଙ୍କ ବ୍ୟାଙ୍କ ପାସବୁକ ଓ ଆଧାର କାର୍ଡର ଜେରକ୍ସ ନିଜ ପାଖରେ ପୂର୍ବରୁ ରଖି ଚାଷୀଙ୍କୁ ମଣ୍ଡିକୁ ଆଣି ଉକ୍ତ କାଗଜ ଧରାଇ ନିଜ ଧାନ ବିକ୍ରୀ କରୁଥିବା ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟଅଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ମଣ୍ଡି ଗୁଡିକରେ ଦଲାଲ ମାନେ ସକ୍ରିୟ ଥିବା ବିଷୟରେ ବାରମ୍ବାର ଅଭିଯୋଗ ହେବା ପରେ ମଧ୍ୟ ଯୋଗାଣ ବିଭାଗ ନୀରବ ରହିବା ପଛରେ କଣ ରହସ୍ୟ ରହିଛି ତାହା ସାଧାରଣରେ ଆଲୋଚ୍ୟର ବିଷୟ ପାଲଟିଛି। ଚାଷୀ ଚାଷ ସମୟରେ ବିଭିନ୍ନ ସ୍ଥାନରୁ ଋଣ କରି ଚାଷ କରିଥିବା ବେଳେ ଧାନଗୁଡିକର ଉଚିତ ମୂଲ୍ୟ ପାଇପାରୁନଥିବାରୁ ଚିନ୍ତାରେ ପଡିଛି। ସମସ୍ୟା ସମାଧାନ କରିବା ଭିତରେ ଚାଷୀ ଶାଗ ମାଛ ଦରରେ ଧାନଗୁଡିକ ଦଲାଲ ହାତରେ ଟେକି ଦେଉଛନ୍ତି। ବହୁ ଚାଷୀ ଆଜି ବି ନିଜ ଧାନ ବିକ୍ରି କରି ପାରି ନାହାଁନ୍ତି। ତେଣୁ ଆସନ୍ତା ୧୪ ତାରିଖ ମଧ୍ୟରେ ଏହି ସମସ୍ୟାର ସମାଧାନ ନହେଲେ ଜିଲ୍ଲା କଂଗ୍ରେସ ଧାରଣା ଦେବାକୁ ଚେତାବନୀ ଦିଆଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, ବରିଷ୍ଟ ନେତା କଂଗ୍ରେସ ଶରତ ବୁରୁଦା, ଜିଲ୍ଲା ପରିଷଦ ସଦସ୍ୟ ମଙ୍ଗୁ ଖିଲ, ଜି ଶ୍ରୀନିବାସ ରାଓ, ଇଶାକ ଖୋସଲା ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
[10/01, 21:49] Papa: ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଘାଟିତ ।

ବାଲିଗୁଡା,୧୦/୦୧(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ +୨ ପ୍ରଥମ ବାର୍ଷିକ କଳା ବିଜ୍ଞାନ ବାଣିଜ୍ୟ ଛାତ୍ରୀ ଙ୍କ ସକାଶେ ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦଘାଟିତ ହୋଇଯାଇଛି। ଉକ୍ତ ଉତ୍ସବରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ରତ୍ୟୁଷ ରଞ୍ଜନ ଶତପଥୀ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଶାନ୍ତି ନାୟକ, ନାକ୍ ସଂଯୋଜକ ଡ଼.ବିଭୂତିଭୂଷଣ ଆଚାର୍ଯ୍ୟ, କାର୍ଯ୍ୟକ୍ରମ ର ସଂଯୋଜିକା ଡ଼ ସଂଯୁକ୍ତା ନାୟକ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଉଦବୋଧନ ଦେଇଥିଲେ। ଅଧ୍ୟାପକ ଡ଼.ସୁଶାନ୍ତ କୁମାର ଦାସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ମାଷ୍ଟର ଟ୍ରେନର କୌଶଳ ଶିକ୍ଷା ଦେଇଥିଲେ। ଉକ୍ତ ଉତ୍ସବରେ ଅଧ୍ୟାପିକା ସୁଲୋଚନା କହଁର ପ୍ରାଧ୍ୟାପକ ଲଲାଟେନ୍ଦୁ ଦଳପତି ନିଜର ଅନୁଭୂତି ବଖାଣି ଥିଲେ। ଶେଷରେ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.