କର୍ଲାମୁଣ୍ଡା,୧୪/୦୧(ପିପିଟି): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଯୋରାଡବରା ଗ୍ରାମ ପଞ୍ଚାୟତ ସ୍ଥିତ କୁଶୁର୍ଲା ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଶୈବପୀଠ ଠାରେ ଅଞ୍ଚଳର ୪୫ ଖଣ୍ଡ ଗ୍ରାମକୁ ନେଇ ଗଠିତ ହୋଇଥିବା ମିଳିତ ମକରମେଳା ମହୋତ୍ସବ କମିଟିର ତତ୍ଵାବଧାନରେ ଆୟୋଜିତ ହୋଇଥିବା ୭୩ତମ ମକରମେଳା ମହୋତ୍ସବ ପାଇଁ ଭକ୍ତମୟ ହୋଇ ପଡିଛି ଏହି ଶୈବପୀଠ । ଏହି ମହୋତ୍ସବ ତା୧୨/୦୧/୨୦୨୩ ରିଖ ଗୁରୁବାର ଠାରୁ ତାରିଖ ୧୮/୦୧/୨୦୨୩ ରିଖ ବୁଧବାର ପର୍ଯ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହେବ । ଜାନୁୟାରୀ ୧୨ ତାରିଖରେ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ମହାସମାରୋହରେ ଆୟୋଜିତ ହୋଇ ମକରମେଳା ମହୋତ୍ସବର ଶୁଭ ଉଦଘାଟନ ହୋଇଥିଲା । ଜାନୁୟାରୀ ୧୪ ତାରିଖରେ ରିତିକାନ୍ତି ଅନୁଯାୟୀ ପ୍ରଭୁ ହରଗୌରୀଙ୍କ ନିତ୍ୟ ପୂଜାର୍ଚ୍ଚନା ସହିତ ମକର ସଂକ୍ରାନ୍ତି ହୋମ ସହ ମକରମେଳା ଚାଉଳ ଭୋଗ ଲାଗିଥିଲା । ପରେ ଉପସ୍ଥିତ ଭକ୍ତମାନେ ଏହି ମକର ଚାଉଳ ପ୍ରସାଦକୁ ଉତ୍ସାହିତ ହୋଇ ବଣ୍ଟନ କରାଯାଇ ଭାବ ଆଦାନ ପ୍ରଦାନ କରାଯାଇଥିଲା । ପରେ ଅପରାହ୍ନ ୩ଘଣ୍ଟା ସମୟରେ ହରଗୌରୀଙ୍କୁ ରଥାରୁଢ କରି ନଗର ପରିକ୍ରମା ସହ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ମକର ସଂକ୍ରାନ୍ତି ପୁଜାରେ ମ:ରାମପୁରର ମହାରାଜା ମିହିରେନ୍ଦ୍ର ସିଂ ଦେଓ ପୂଜାକର୍ତ୍ତା ଭାବରେ ଦାୟିତ୍ୱ ଗ୍ରହଣ ତୁଳାଇଥିବା ବେଳେ ଶିବଶଙ୍କର ମିଶ୍ର ପୂଜକ ଭାବରେ ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ । ପ୍ରଭୁ ହରଗୌରୀଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା ପାଇଁ ୧୦ ହଜାରରୁ ଅଧିକ ଭକ୍ତ ଯୋଗଦେଇ ଲମ୍ବା ଲାଇନରେ ଛିଡା ହୋଇଥିବା ଦେଖିବାକୁ ମିଳିଛି । ୧୪/୦୧/୨୦୨୨/ ଶନିବାର ଦିନ ଡ୍ୟାନ୍ସ ଡ୍ୟାନ୍ସ କାର୍ଯ୍ୟକ୍ରମ ଜାନୁୟାରୀ ୧୫ ଓ ୧୬ ତାରିଖରେ ଦିବ୍ୟଭକ୍ତି ଭଜନ ସମାରୋହ ଓ ମେଲୋଡି କାର୍ଯ୍ୟକ୍ରମ ,ଜାନୁୟାରୀ ୧୭ ତାରିଖରେ ବରଗଡର ଝଙ୍କାର ମହିଳା ଦଣ୍ଡନୃତ୍ୟ ଆୟୋଜିତ କରାଯାଇଛି ।ତା୧୮/୦୧/୨୦୨୨ ରିଖ ଚଣ୍ଡିପୁଜା ସହ ବୋଦାବଳୀ ଦେଇ କାର୍ଯ୍ୟକ୍ରମ ଶେଷ ହେବବୋଲି ଜଣାପଡିଛି ।କାର୍ଯ୍ୟକ୍ରମରେ କମିଟିର ସଭାପତି ଜଗତରାମ ଭୋଇ, ଉପ-ସଭାପତି ହିରାମଣୀ ସାହୁ, ସଂପାଦକ ସୁଶାନ୍ତ ଜାନୀ,ଯୁଗ୍ମ ସଂପାଦକ ଲିଙ୍ଗରାଜ ଭୋଇ, କୋଷାଧ୍ୟକ୍ଷ ଲକ୍ଷ୍ମୀ ପ୍ରସାଦ ସାହୁ, ଲୋକନାଥ ଦାସ,ନୈରୁତ ଜାନୀ, ନିରାକାର ସାହୁ,ଦୁଆରୁ ଅଗ୍ରୱାଲ, ନେତ୍ରାନନ୍ଦ ବଡମାଲି ,ଚନ୍ଦୁଲାଲ ବଡମାଲି, ଉମାଶଙ୍କର ମିଶ୍ର, ରମେଶ ଚନ୍ଦ୍ର ସାହୁ ,ରମେଶ ମାଝୀ ,ପୁରୁନ୍ଦର ସାହୁ ,ମହେନ୍ଦ୍ର କୁମାର ଭୋଇ, ଗୌରଚନ୍ଦ୍ର ଗହୀର ତଥା କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ମାନେ ସହଯୋଗ କରୁଛନ୍ତି ଓ ଅଞ୍ଚଳର ସାମ୍ବାଦିକ ଭିଷ୍ମ ସାହୁ,ଉମାଶଙ୍କର ମିଶ୍ର,ବାଳକୁମାର ସାହୁ,ଳତାରାଣୀ ଚୈଧିରି, ନବୀନ କିଶୋର ସାହୁ, ଗୋପବନ୍ଧୁ ସାହୁ,ଧନେଶ୍ଵର ସାହୁ ଉପସ୍ଥିତ ଥିଲେ। ମହୋତ୍ସବ ପାଇଁ ଅଞ୍ଚଳ ,ଜିଲ୍ଲା ,ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ସହସ୍ରାଧିକ ବ୍ୟବସାୟୀ ମାନେ ବେପାର ପାଇଁ ଏଠାରେ ଉପସ୍ଥିତ ରହି ଦୋକାନ ବଜାର ଲଗାଇ ଥିବାରୁ ଶୈବପୀଠ ଉତ୍ସବ ମୁଖର ହୋଇପଡିଛି । ଏହି ମହୋତ୍ସବକୁ ଅଚଳର ଲକ୍ଷାଧିକ ଜନସମାଗମ ହେବାର ଅଶଙ୍କା ରଖାଯାଇଛି ।
(ରିପୋର୍ଟ-ଭୀଷ୍ମ ସାହୁ ।)