ଭୋଟ ଗଣତି କେନ୍ଦ୍ର ମଧ୍ୟକୁ ନିୟୋଜିତ ଗଣତି କର୍ମଚାରୀ ଓ ଏଜେଣ୍ଟ ମୋବାଇଲ ନେଇ ପ୍ରେବେଶ କରି ପାରିବେ ନାହିଁ ।

0 329

ଛତ୍ରପୁର,୨୫/୦୨(ପିପିଟି): ଗଞ୍ଜାମ ଜିଲ୍ଲାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପଞ୍ଚଗୋଟି ପର୍ଯ୍ୟାୟରେ ଶାନ୍ତି ଓ ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି।ଏହି ନିର୍ବାଚନ ଦାଇତ୍ୱରେଥିବା ସମସ୍ତ ଅଧିକାରୀ, କର୍ମଚାରୀ, ପୋଲିସ ପ୍ରଶାସନ, ପୋଲିଙ୍ଗ ଷ୍ଟାଫ ଏବଂ ଗଞ୍ଜାମ ଟିମଙ୍କୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଧନ୍ୟବାଦ ଅର୍ପଣ କରିଛନ୍ତି । ଶୁକ୍ରବାର ଅସ୍ଵାନହଲ ଠାରେ ଅନୁଷ୍ଠିତ ହେବାକୁ ଥିବା ଭୋଟ ଗଣତି ପ୍ରକ୍ରିୟା ଘେନି ସବିଶେଷ ଆଲୋଚନା କରିଥିଲେ। ଆଗାମୀ କାଲି ତା ୨୬ ଠାରୁ ୨୮ ରିଖ ଦିନ ଅନୁଷ୍ଠିତ ଗଣନା ଶାନ୍ତି ଶୃଙ୍ଖଳାର ସହିତ ସମସ୍ତଙ୍କ ସହଯୋଗ କ୍ରମେ ସମାପନ ହେବ ସେଥିପାଇଁ ସମସ୍ତ ଜିଲ୍ଲାବାସୀଙ୍କ ଠାରୁ ଆଶା ପ୍ରକାଶ କରିଥିଲେ । ଭୋଟ ଗଣତି ଆସନ୍ତା କାଲି ସକାଳ ୦୮ ଘଣ୍ଟା ଠାରୁ ସମସ୍ତ ବ୍ଲକ ରେ ଅନୁଷ୍ଠିତ ହେବ। ଭୋଟ ଗଣତି କକ୍ଷରେ ମୋବାଇଲ ପ୍ରେବେଶ ସମ୍ପୁର୍ଣ୍ଣ ବାରଣ। କାଉଣ୍ଟିଙ୍ଗ କାର୍ଯ୍ୟରେ ନିୟୋଜିତ କର୍ମଚାରୀ/ ଅଧିକାରୀ କିମ୍ବା ଏଜେଣ୍ଟ କେହିବି ନିଜ ମୋବାଇଲ କାଉଣ୍ଟିଙ୍ଗ କକ୍ଷକୁ ନେବେ ନାହିଁ,ସମ୍ପୂର୍ଣ୍ଣ ବାରଣ ହୋଇଛି ।

ବିନା ପରିଚିତ ପତ୍ର ରେ ପ୍ରେବେଶ ହେବେ ନାହିଁ। କେବଳ ସରକାରୀ ଭାବେ ନିୟୋଜିତ ହୋଇଥିବା ଭିଡିଓ ଦ୍ଵାର ସମସ୍ତ ଗଣନା କାର୍ଯ୍ୟ ରେକର୍ଡିଂଗ କରାଯିବ। ବେଲଟ ପେପର ଗୁଡିକ ଯେପରି ସୁରକ୍ଷିତ ରହିବ ସେଥିପ୍ରତି ଯଥେଷ୍ଟ ଧ୍ୟାନ ରଖାଯିବ। ପାନୀୟ ଜଳ ଠାରୁ ଆରମ୍ଭ କରି କୌଣସି ଖାଦ୍ୟ ସାମଗ୍ରୀ ଭୋଟ ଗଣନା କକ୍ଷକୁ ଯିବନାହିଁ ସେଠିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। କାଉଣ୍ଟିଙ୍ଗ ସେଣ୍ଟରର ୧୦୦ ମିଟର ପରିଧି ମଧ୍ୟରେ କେହି ରହିବେ ନାହିଁ,ସେହି ଅଞ୍ଚଳ ନିଷିଦ୍ଧାଞ୍ଚଳ ଘୋଷଣା କରିଛନ୍ତି।

Leave A Reply

Your email address will not be published.