ଭୋଟର ସଚେତନତା ରଥର ଶୁଭାରମ୍ଭ କଲେ ଉପଜିଲ୍ଲାପାଳ ।

0 237

ଭଞ୍ଜନଗର,୧୦/୧୧(ପିପିଟି): ଭଞ୍ଜନଗର ଠାରେ ଉପଖଣ୍ଡ ସ୍ତରୀୟ ଭୋଟର କାର୍ଡ ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ରଥକୁ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ। ଏହି ରଥ ସହ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ସଚେତନତା ବାର୍ତ୍ତା ଦେଇଥିଲେ । ଏହା ପରେ ଉକ୍ତ ରଥ ଭଞ୍ଜନଗର ଉପଖଣ୍ଡରେ ଥିବା ସମସ୍ତ ୮ଟି ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳକୁ ଯାଇ ଭୋଟର ତାଲିକା ସଂଶୋଧନ ନିମନ୍ତେ ଜନସାଧାରଣଙ୍କୁ ସଚେତନ କରାଇବ ବୋଲି ଜଣାପଡ଼ିଛି। ଏଥିସହ ଅକ୍ଟୋବର ୨୦୨୩ ପୂର୍ବରୁ ଯେଉଁ ମାନଙ୍କୁ ୧୮ବର୍ଷ ହୋଇଥିବ ସେମାନେ ଆଗୁଆ ସ୍ୱତନ୍ତ୍ର ସଂଶାଧାନ କାର୍ଯ୍ୟକ୍ରମ ତଥା ୯ନଭେମ୍ବର ୨୦୨୨ ଠାରୁ ୮ ଡ଼ିସେମ୍ବର ୨୦୨୨ ମଧ୍ୟରେ ନୂତନ ଭୋଟର ଭାବେ ଆଗୁଆ ନାମ ପଞ୍ଜିକରଣ କରିପାରିବେ। ଏଥିସହ ଭୋଟର ତାଲିକାରେ ଥିବା ତଥ୍ୟର ସଂଶୋଧନ କରିବା, ନାମ ବାଦ ଦେବା ଓ ଭୋଟର ପରିଚୟପତ୍ରକୁ ଆଧାର କାର୍ଡ ସହିତ ସଂଯୋଗ ମଧ୍ୟ କରିପାରିବେ। ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ ରାୟଙ୍କ ସମେତ କେଏସୟୁବି କଲେଜ ଭାରପ୍ରାପ୍ତ ଅଧକ୍ଷ ରାଜେନ୍ଦ୍ର କୁମାର ଦାସ, ଅଧ୍ୟାପକ ରବୀନ୍ଦ୍ର କୁମାର ମିଶ୍ର, ସ୍ମରଣିକା ପାଢ଼ୀ,ବାବୁଲା ପ୍ରଧାନ ଭୋଟର ସହାୟକ କେନ୍ଦ୍ର କର୍ମଚାରୀ ମୁକ୍ତି କାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.