ବ୍ରହ୍ମପୁର,୦୫/୧୨(ପିପିଟି): ହିଞ୍ଜିଳିକାଟୁ ପୌର ପରିଷଦ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ବିଧାନମଣ୍ଡଳୀ ଅନ୍ତର୍ଗତ ଗଡ଼ କହିଲେ ଅତ୍ୟୁକ୍ତି ହେବନାହିଁ । ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବ୍ଲକ ,ପୌର ପରିଷଦ ଓ ଶେରଗଡ ବ୍ଲକକୁ ନେଇ ନବୀନ ବାବୁଙ୍କ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ । ଏଠାରେ ରାଜ୍ୟର ବହୁବିଧ କାର୍ଯ୍ୟ ବିକାଶର ପ୍ରୟୋଗଶାଳା ଭାବେ ବିବେଚିତ । ଉକ୍ତ କାର୍ଯ୍ୟକୁ ଜିଲ୍ଲାପାଳ ଏବଂ ୫ଟି ସଚିବ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟ ସମ୍ପାଦିତ ହୋଇଥାଏ । ଏଣୁ ସ୍କୁଲ ରୂପାନ୍ତରିତ କରଣରୁ ଆରମ୍ଭ କରି ସୌନ୍ଦର୍ଯ୍ୟ କରଣ ବିଭିନ୍ନ ପ୍ରକାର ପ୍ରକଳ୍ପର ନିର୍ମାଣ ଖୋଦ ହିଞ୍ଜିଳି ପୌର ପରିଷଦ ନିର୍ବାହୀ ଅଧିକାରି ଏବଂ ଉପରିସ୍ଥ ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତରର ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ତତ୍ୱବାଧାନରେ କାର୍ଯ୍ୟ ପରିଚାଳିତ ଓ ସମ୍ପାଦିତ ହୋଇଛି । ଯଦି ଏଥିରେ କିଛି ତ୍ରୁଟି ବା ଦୁର୍ନୀତି ହୁଏ ନିହାତି ଏହା ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ଉପରେ ଆଞ୍ଚ ଆସିବ। ଦୁର୍ନୀତିକୁ ନୀତିରେ ପରିଣତ କରି ରାଜ୍ୟ ମୁଖିଆଙ୍କ ସ୍ବଛ ଭାବମୂର୍ତ୍ତିରେ କାଳି ବୋଳିବା ଭଳି ଘଟଣା। ପ୍ରକାଶ ଥାଉକି ଏହି ବିକାଶଶୀଳ ପ୍ରୟୋଗଶାଳା ହିଞ୍ଜିଳିରେ ବିଭିନ୍ନ ପ୍ରକାର ଚିତ୍ର ଦେଖିବାପାଇଁ ରାଜ୍ୟର ୧୧୦ ବିଧାୟକ ଏହି ଅଞ୍ଚଳକୁ ଆସି ବୁଲି ଦେଖିଥିଲେ । ଗତ କିଛି ଦିନ ତଳେ ନିମ୍ନମାନର କାର୍ଯ୍ୟ ପାଇଁ ହିଞ୍ଜିଳି ବ୍ଲକ ପୁଟିଆପଦର ଗ୍ରାମରେ ବନ୍ଧର ଗାର୍ଡ ୱାଲ ଧସିବା ସହ ଚର୍ଚ୍ଚାକୁ ଆସିଥିବାବେଳେ ଏଭଳି ଏକ ପ୍ରବଳ ଦୁର୍ନୀତିର ଗନ୍ଧ ତଥା ନିମ୍ନମାନର କାର୍ଯ୍ୟ ହିଞ୍ଜିଳି ପୌର ପରିଷଦର ଦେଉଳ ବନ୍ଧରେ ହୋଇଥିବା ଖବର ହସ୍ତଗତ ହୋଇଛି । ସୂଚନା ପ୍ରକାରେ ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମିତ ଏହି ଦେଉଳ ବନ୍ଧ ପ୍ରାଚୀର ନିର୍ମାଣ, ସୌନ୍ଦର୍ଯ୍ୟ କରଣ, ଅଲୋକୀ କରଣ ,ନିକଟରେ ଏକ ପାର୍କ ,ବନ୍ଧ ଶଯ୍ୟା ମଧ୍ୟରେ ବୁଲିବା ପାଇଁ ବୋଟିଂ ଓ ପାଦ ଚଲା ପାଇଁ ଫେବର ଟାଇଲ ରେ ରାସ୍ତା ନିର୍ମାଣ କରାଯାଇଥିଲା ।ଗତ ୧୧ଫେବୃଆରୀ ୨୦୨୧ ରେ ଭିସି ମାଧ୍ୟମରେ ଏକ କୋଟି ୬୨ଲକ୍ଷ ୭୦ ହଜାର ଟଙ୍କାର ନିର୍ମିତ ଏହି ଦେଉଳବନ୍ଧ ଉଦ୍ଘାଟନ ହୋଇଥିଲା । ଅର୍ଥାତ କାର୍ଯ୍ଯର ୯ ମାସ ନପୁରୁଣୁ ଡିସେମ୍ବର ୦୫ ତାରିଖ ଦିନ ପ୍ରାତଃ ସମୟରେ ବନ୍ଧ ମଧ୍ୟସ୍ତ ଗାର୍ଡ ୱାଲ ସହ ଫେବର ଟାଇଲ ପାଦ ଚଲା ରାସ୍ତା ବନ୍ଧ ମଧ୍ୟକୁ ଭୁଷୁଡ଼ି ଯାଇଛି ।ପୁଟିଆପଦର ଗ୍ରାମର ନିମ୍ନମାନର କାର୍ଯ୍ୟ ବିଷୟ ମନରୁ ନ ଲି ଭୁଣୁ ପୁଣି ହିଞ୍ଜିଳି ପୌର ପରିଷଦରେ ଦେଉଳ ବନ୍ଧର ଗାର୍ଡ ୱାଲ ଭୁଷୁଡି ଯାଇଛି । ଉକ୍ତ ବିଷୟକୁ କେନ୍ଦ୍ର କରି ପୌର ପରିଷଦ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶଙ୍କୁ ଦୁରାଭାଷ ଯୋଗେ ଯୋଗାଯୋଗ କରିବାରୁ କଲ ଗ୍ରହଣ କରି ନଥିବାବେଳେ ଅନ୍ୟତମ କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ମିଶ୍ର ଓ ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ ମନ୍ତବ୍ୟ ରଖିଥିଲେ ଯେ ଉକ୍ତ ଜାଗାର ତଦନ୍ତ କରୁଛନ୍ତି ପରବର୍ତ୍ତୀ ସମୟରେ ଉତ୍ତର ରଖିବେ । କିନ୍ତୁ ଧସିଥିବା ଗାର୍ଡ ୱାଲ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ଵାରା ନିର୍ମାଣ ହୋଇଥିବା ଏକ ସ୍ବୀକାରୋକ୍ତିରେ ସହକାରୀ ଯନ୍ତ୍ରୀ ନାୟକ ପ୍ରକାଶ କରିଛନ୍ତି । ତାହେଲେ ବନ୍ଧ ନିର୍ମାଣ ବେଳେ ଏହାର ସ୍ଥିତି ଏବଂ କାର୍ଯ୍ୟକାରିତାକୁ ନେଇ ସୌନ୍ଦର୍ଯ୍ୟକରଣ ଆରମ୍ଭ କରାଯାଇଥିଲାକି ? ବିକାଶର ତଥା ସୌନ୍ଦର୍ଯ୍ୟର ପ୍ରୟୋଗଶାଳା କୁହାଯାଉଥିବା ଏହି ଦେଉଳବନ୍ଧ ଯାହାକି ଓଡିଶାର ୧୧୦ ବିଧାୟକଙ୍କ ସହିତ ବହୁ ଉଚ୍ଚ ପଦାଧିକାରୀ ଦେଖି ପ୍ରଶଂସା କରୁଥିଲେ । ବର୍ତ୍ତମାନ କାର୍ଯ୍ୟଶୈଳୀ ପ୍ରତି ପ୍ରଶ୍ନ ଉଠିଛି। ପୌରପରିଷଦ ଦ୍ବାରା ସହର ମଧ୍ୟ ଭାଗ ଭେଣ୍ଡିଙ୍ଗ ଯୋନ ,ନିୟନ୍ତ୍ରିତ ବଜାର ,ଶୀତଳ ଭଣ୍ଡାର, ଅତ୍ୟାଧୁନିକ ମାଛ ମାଂସ ବଜାର ଆଦି କାର୍ଯ୍ୟର ଗୁଣାବତା ଉପରେ ଅଞ୍ଚଳବାସୀଙ୍କ ସନ୍ଦେହ ସୃଷ୍ଟି କରିଛି।