ବେଗୁନିଆ,୧୯/୧୦(ପିପିଟି): ବେଗୁନିଆ ଥାନା ଅନ୍ତର୍ଗତ ଭୁଆଶୁଣିପାଟଣା ଗ୍ରାମରେ ନବବଧୂର ମୃତ ଦେହ ଉଦ୍ଧାର କରିଛି ପୁଲିସ। ସୂଚନାଅନୁଯାୟୀ ମୃତକ ବର୍ଷା ବେହେରାଙ୍କ ବାପା ଦିନବନ୍ଧୁ ବେହେରାଙ୍କ ଅଭିଯୋଗ କ୍ରମେ ବେଗୁନିଆ ଥାନା ସ୍ବାମୀ ଓ ଶାଶୂ ଅଟକ ରଖିଛି। ସୂଚନାଥାଉ କି ସରୋଜ ବେହେରାଙ୍କ ପୁଅ ଶଶବଂଦ୍ଧୁ ବେହେରାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ବର୍ଷା ବେହେରା , ଅଧିକ ଯୌତୁକ ନ ଦେଇ ପାରିବାରୁ ଝିଅଙ୍କୁ ମାରିଦେଲେ ବୋଲି ମୃତକଙ୍କ ପରିବାର ଲୋକେ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ବେଗୁନିଆ ଥାନା ସ୍ବାମୀ ଓ ଶାଶୂକୁ ଅଟକ ରଖି ଛାନ ଭିନ ତଦନ୍ତ ଚଳାଇଛି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)